କ୍ରିତି- ପୁଲକିତଙ୍କ ସରିଲା ନିର୍ବନ୍ଧ

Above Post Content

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର କ୍ୟୁଟ ଲଭବାର୍ଡ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ । ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ । ମଙ୍କଳବାର ସେମାନଙ୍କର ଏନଗେଜମେଣ୍ଟ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ନିର୍ବନ୍ଧରେ ଉଭୟଙ୍କ ପରିବାର ଲୋକ ସାମିଲ ହୋଇଥିଲେ । ଏବେ ଉଭୟଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Middle post content

କ୍ରିତି- ପୁଲକିତ କ୍ୟୁଟ ଲଭବାର୍ଡ ଭାବେ ପରିଚିତ

After 2nd paragraph post ads

ଫିଲ୍ମ ଦୁନିଆର ସବୁଠାରୁ କ୍ୟୁଟ ଲଭବାର୍ଡ ମଧ୍ୟରୁ କ୍ରିତି ଏବଂ ପୁଲକିତ ଅନ୍ୟତମ । ଏମାନେ ଦୀର୍ଘଦିନ ଧରି ଡ଼େଟ୍ କରୁଥିଲେ । ସେମାନଙ୍କ ବିବାହକୁ ନେଇ କିଛି ସମୟ ଧରି କଳ୍ପନାଜଳ୍ପନା କରାଯାଇଥିଲା । ବର୍ତ୍ତମାନ ଉଭୟ ଏହାକୁ ମୋହର ଲଗାଇଛନ୍ତି । ଏହି ଦମ୍ପତି ସେମାନଙ୍କ ରୋକା ସମାରୋହର ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଫଟୋରେ ଉଭୟ କ୍ରିତି ଏବଂ ପୁଲକିତ ଏଥେନିକ ଆଉଟଫିଟରେ ନଜର ଆସିଛନ୍ତି । ଏହି ଦମ୍ପତି ପରିବାର ସହିତ ରୋକା ସମାରୋହ କରିଥିଲେ । ଦୁହେଁ ନିଜ ରିଙ୍ଗକୁ ଦେଖାଇଛନ୍ତି । ଫଟୋ ଗୁଡ଼ିକରେ କ୍ରିତି ଗୋଲଡେନ ବର୍ଡର ବାଲା ରୟାଲ ନୀଳ ରଙ୍ଗର ଅନାରକଲି ଶୁଟରେ ବହୁତ ସୁନ୍ଦର ଲାଗୁଥିଲେ, ଏହାକୁ ସେ ଜାଲିଦାର ଦୁପଟ୍ଟା ସହିତ ପିନ୍ଧିଥିଲେ । ସେହିପରି ପୁଲକିତ ଧଳା କୁର୍ତ୍ତାରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami