ଆୱାର୍ଡ ଶୋ’ରେ ଏକ୍ସ-ବୟଫ୍ରେଣ୍ଡଙ୍କୁ ଇଗନୋର କଲେ କରୀନା

Above Post Content

ମୁମ୍ୱାଇ: ଦାଦାସାହେବ ଫାଲକେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପୁରସ୍କାର ୨୦୨୪ ଆୟୋଜିତ ହୋଇଯାଇଛି । ଏଥିରେ ଅନେକ ଚଳଚ୍ଚିତ୍ର ତାରକା ଅଂଶଗ୍ରହଣ କରିଥିଲେ । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ ତାରକାମାନେ ରେଡ୍ କାର୍ପେଟ୍‌ରେ ଚମକିଥିଲେ । କରୀନା କପୁର ଖାନଙ୍କ ଠାରୁ ଆରମ୍ଭ କରି ବବି ଦେଓଲ, ସାହିଦ କପୁର, ଶାହରୁଖ ଖାନ, କାଜୋଲ, ନୟନତରାଙ୍କ ସମେତ ଅନେକ ତାରକା ରେଡ କାର୍ପେଟରେ ନଜର ଆସିଥିଲେ । ଏହି ସମୟରେ ବଲିଉଡର ପୁରୁଣା ଏକ୍ସ କପଲ କରୀନା କପୁର ଏବଂ ସାହିଦ କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବେବୋ ସାହିଦଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।

Middle post content

କରିନାଙ୍କ ଅଣଦେଖାକୁ ହସରେ ଉଡାଇଦେଲେ ସାହିଦ୍‌

After 2nd paragraph post ads

ଏହାର ଭିଡିଓ ସେଲିବ୍ରିଟି ଫଟୋଗ୍ରାଫର ମାନବ ମଙ୍ଗଲାନି ସେୟାର କରିଛନ୍ତି । ଯେଉଁଥିରେ ସାହିଦ ଦାଦାସାହେବ ଫାଲକେ ଆୱାର୍ଡର ରେଡ କାର୍ପେଟରେ ପାପାରାଜିଙ୍କୁ ପୋଜ୍ କରୁଥିବାର ନଜର ଆସିଥିଲେ । ଏହି ସମୟରେ କରୀନା କପୁର ଏଣ୍ଟ୍ରି କରନ୍ତି । ଦୁହେଁ ସାମ୍ନା-ସାମନି ମଧ୍ୟ ହୋଇଥିଲେ । ସାହିଦ ତାଙ୍କୁ ଅନାଇ ହସିଥିଲେ, କିନ୍ତୁ କରୀନା ତାଙ୍କୁ ଅଣଦେଖା କରି ଆଗକୁ ଚାଲି ଯାଇଥିଲେ । କରୀନା-ସାହିଦଙ୍କ ଏହି ଭିଡିଓ ଦେଖିଲା ପରେ ଫ୍ୟାନ୍ସ ବି ରିଆକ୍ଟ କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି-ସାହିଦ କରିନାଙ୍କ ଅଣଦେଖାକୁ ହସରେ ଉଡାଇ ଦେଇଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି- ଏହା ତ ମୋୟେ ମୋୟେ ହୋଇଗଲା, ଆଉ ଜଣେ ଲେଖିଛନ୍ତି- କରୀନା ସ୍ୱାଗ ଦେଖାଇ ଇଗନୋର କଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami