ରଣବୀରଙ୍କ ପରେ ହୁମା, ହୀନା ଓ କପିଲଙ୍କୁ ସମନ

Above Post Content

ମୁମ୍ବାଇ: ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ପରେ ମହାଦେବ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାସ୍ୟ ଅଭିନେତା କପିଲ ଶର୍ମା ,ଅଭିନେତ୍ରୀ ହୁମା କ୍ୟୁରେଶୀ ଏବଂ ହିନା ଖାନଙ୍କୁ ସମନ କରିଛି । ଏହି ମାମଲାରେ ଆଜି ଅଭିନେତା ରଣବୀର କପୁର ଇଡିରେ ହାଜର ହୋଇପାରନ୍ତି । ଅନଲାଇନ ବେଟିଂ ମାମଲାରେ ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡ଼ି । ହେଲେ ରଣବୀର ହାଜର ହେବାକୁ ଅଧିକ ସମୟ ଲୋଡ଼ିଥିବା ସୂଚନା ରହିଛି । ମହାଦେବ ବେଟିଂ ଆପ୍ ମାମଲାରେ ୧୪-୧୫ ଜଣ ସେଲିବ୍ରିଟି ଏବଂ କଳାକାର ତାଲିକାରେ ରହିଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ସମନ୍ କରାଯିବ ।

Middle post content

ସଂଯୁକ୍ତ ଆରବ ଏମିରେଟସରେ ଆପର ପ୍ରମୋଟରଙ୍କ ବିବାହ ଉତ୍ସବରେ ଯୋଗଦେଇ ସେଲିବ୍ରିଟିମାନେ ଇଡି ନଜରକୁ ଆସିଥିଲେ । ସେମାନେ ୟୁଏଇକୁ କାହିଁକି ଯାଇଥିଲେ, ମହାଦେବ ଅନଲାଇନ ବେଟିଂ ସଂସ୍ଥା ସହ ସେମାନଙ୍କର କଣ ସମ୍ପର୍କ ସେ ସମ୍ପର୍କରେ ତଦନ୍ତ କରୁଛି ଇଡି । ଗତ ମାସରେ ମହାଦେବ ଅନଲାଇନ ବେଟିଂ ମାମଲାରେ ପ୍ରବର୍ତ୍ତର୍ନ ନିର୍ଦ୍ଦେଶାଳୟ ୪୧୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । କମ୍ପାନୀର ପ୍ରମୋଟରମାନ ଛତିଶଗଡ଼ ଭିଲାଇର ହୋଇଥବାବେଳେ ବିଭିନ୍ନ ବେଆଇନ ବେଟିଂ ୱେବସାଇଟ ଗୁଡିକର ପ୍ଲାଟଫର୍ମ ଭାବେ ତିଆରି ହୋଇଥିଲା ମହାଦେବ ବୁକ ଅନଲାଇନ ସଂସ୍ଥା । ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ଅନଲାଇନ୍ ସିଣ୍ଡିକେଟ୍ ବୋଲି ଅଭିଯୋଗ ହୋଇଛି, ଯାହା ବେଆଇନ ବେଟିଂ ୱେବସାଇଟ୍ଗୁଡ଼ିକୁ ନୂଆ ୟୁଜରଙ୍କ ତାଲିକାଭୁକ୍ତ କରିବା, ୟୁଜରଙ୍କ ଆଇଡି ତିଆରି କରିବା ଏବଂ ବେନାମୀ ବ୍ୟାଙ୍କ ଆକାଉଣ୍ଟର ଏକ ସ୍ତରୀକୃତ ୱେବ ମାଧ୍ୟମରେ ବେଆଇନ କାରବାରକୁ ସକ୍ଷମ କରିବା ପାଇଁ ଏହି ଅନଲାଇନ୍ ପ୍ଲାଟଫର୍ମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami