‘ହମାସ ହେଉଛି ଆଧୁନିକ ରାବଣ’ ଏମିତି କହିଲେ କଙ୍ଗନା

Above Post Content

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟିଛନ୍ତି । ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି । ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି । ତେବେ କଙ୍ଗନା ଉଭୟଙ୍କ ସାକ୍ଷାତ ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରି ଏନେଇ ଜଣାଇଛନ୍ତି ।

ଲଢ଼େଇରେ ଇସ୍ରାଏଲ ହେବ ବିଜେତା

After 2nd paragraph post ads
Middle post content

କଙ୍ଗନା କହିଛନ୍ତି, ‘ଏବେ ସମଗ୍ର ବିଶ୍ୱ ବିଶେଷକରି ଇସ୍ରାଏଲ ଏବଂ ଭାରତ ଆତଙ୍କବାଦ ବିରୋଧରେ ନିଜର ଯୁଦ୍ଧ ଲଢ଼ୁଛନ୍ତି । କାଲି ଯେତେବେଳେ ମୁଁ ରାବଣ ଦହନ ଲାଗି ଦିଲ୍ଲୀ ଯାଇଥିଲି, ସେତେବେଳେ ମୋତେ ଇସ୍ରାଏଲ ଦୂତାବାସ ଯାଇ ରାଷ୍ଟ୍ରଦୂତଙ୍କୁ ଭେଟିବା ଉଚିତ ବୋଲି ଲାଗିଥିଲା । ଯିଏ କି ଆଜିର ଆଧୁନିକ ରାବଣ ଏବଂ ହମାସ ଭଳି ଆତଙ୍କବାଦୀମାନଙ୍କୁ ହରାଇବାରେ ଲାଗିଛନ୍ତି । ଯେଉଁଭଳି ଭାବେ ଛୋଟ ଶିଶୁ, ମହିଳାଙ୍କୁ ଟାର୍ଗେଟ କରାଯାଉଛି ତାକୁ ଦେଖି ବହୁତ କଷ୍ଟ ଲାଗୁଛି । ମୋର ବିଶ୍ୱାସ ଆତଙ୍କବାଦ ବିପକ୍ଷ ଏହି ଲଢ଼େଇରେ ଇସ୍ରାଏଲ ବିଜେତା ହେବ ।

ଫିଲ୍ମ ତେଜ୍‌ସ ନେଇ କରିଥିଲେ ଆଲୋଚନା

ତାଙ୍କ ସହ ମୁଁ ମୋର ଆଗାମୀ ଫିଲ୍ମ ‘ତେଜସ’ ଏବଂ ଭାରତର ଆତ୍ମନିର୍ଭର ଲଢ଼ୁଆ ବିମାନ ତେଜସ୍ ବିଷୟରେ ଚର୍ଚ୍ଚା କଲି । ସେହିଭଳି ଗିଲୋନ ଏକ୍ସରେ କହିଛନ୍ତି, ‘କଙ୍ଗନା ରାଣାୱତଙ୍କୁ ଭେଟି ଖୁସି ଲାଗିଲା । ସେ ଇସ୍ରାଏଲକୁ ସମର୍ଥନ ଦେବା ଲାଗି ଆମ ଦୂତାବାସକୁ ଆସିଥିଲେ । ମୁଁ କେବଳ ତାଙ୍କ ପ୍ରତି ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମର ଭାରତୀୟ ବନ୍ଧୁମାନଙ୍କୁ ଆତଙ୍କବାଦ ବିରୋଧରେ ଆମ ଲଢ଼େଇରେ ସମର୍ଥନ ଜଣାଇବାକୁ ଧନ୍ୟବାଦ ଜଣାଉଛି । ’

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami