ନିମନ୍ତ୍ରଣ ପାଇ ବି ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଯିବେନି ଜୁନିୟର ଏନଟିଆର

Above Post Content

ମୁମ୍ବାଇ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବେନି ଜୁନିୟର ଏନ୍‌ଟିଆର । ସେ ଏହି ଉତ୍ସବ ଲାଗି ନିମନ୍ତ୍ରଣ ପାଇଥିଲେ ବି ନିଜର ବ୍ୟକ୍ତିଗତ କାର୍ଯ୍ୟ ଯୋଗୁ ସମାରୋହରେ ସାମିଲ ହୋଇପାରିବେ ନାହିଁ ବୋଲି ଜଣାଯାଇଛି । ଏହି ସମାରୋହରେ ଯୋଗ ଦେବାକୁ ବଲିଉଡ ସାଉଥ ଫିଲ୍ମ ଇଣ୍ଢଷ୍ଟ୍ରିରୁ ବହୁ ତାରକାଙ୍କୁ ନିମନ୍ତ୍ରଣ ପଠାଯାଇଛି । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ରଜନୀକାନ୍ତ, ଅଲ୍ଲୁ ଅର୍ଜୁନ, ୟଶ ଏବଂ ମୋହନଲାଲ ମଧ୍ୟ ଏହି କାର୍ଯ୍ୟ ପାଇଁ ନିମନ୍ତ୍ରଣ ପାଇଛନ୍ତି । ଅତିଥି ତାଲିକାରେ ଜୁନିୟର ଏନଟିଆରଙ୍କ ନାମ ମଧ୍ୟ ରହିଛି ।

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ଦେଶବାସୀଙ୍କ ନଜର

After 2nd paragraph post ads
Middle post content

ଏବେ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି । ବିଭିନ୍ନ ରାଜ୍ୟରୁ ରାମଲଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି । ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ବଡ଼ ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସାଉଥ ସୁପରଷ୍ଟାର ଜୁନିୟର ଏନଟିଆରଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଥିଲା । ହେଲେ ନିମନ୍ତ୍ରଣ ପାଇ ବି ଜୁନିୟର ଏନଟିଆର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବେ ନାହିଁ ବୋଲି ଜଣାପଡ଼ିଛି ।

ଫିଲ୍ମ ଦେବରାକୁ ନେଇ ଚର୍ଚ୍ଚାରେ ଏନଟିଆର ଜୁନିୟର

କୁହାଯାଉଛି ଯେ, ଜୁନିୟର ଏନଟିଆର ତାଙ୍କର ଆଗାମୀ ଚଳଚ୍ଚିତ୍ର ଦେବରା ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । କୋରତଲ୍ଲା ଶିବାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଏପ୍ରିଲ ୫ରେ ମୁକ୍ତିଲାଭ କରିବ । ଗଲ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କାମ ଅଧିକ ଥିବାରୁ ଜୁନିୟର ଏନଟିଆର ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିପାରିବେ ନାହିଁ ।ତେବେ ଏହି ଖବର ଉପରେ ଏପର୍ଯ୍ୟନ୍ତ ଜୁନିୟର ଏନଟିଆରଙ୍କ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami