ସମସ୍ତେ ଭାଉଜ ଡ଼ାକିଲେ ମୋତେ ଭଲ ଲାଗେ

Above Post Content

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେ । ସେ ଟିଭି ଧାରାବାହିକ ‘ଭାବିଜୀ ଘରପେ ହୈ’ରେ ଅଙ୍ଗୁରି ଭାଉଜ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଛନ୍ତି । ଖାଲି ସେତିକି ନୁହେଁ, ଅଭିନେତ୍ରୀ ଶୁଭାଙ୍ଗୀ ସମସ୍ତଙ୍କ ପ୍ରିୟ ଭାଉଜ ଭାବେ ଘରେ ଘରେ ବେଶ୍ ଜଣାଶୁଣା । ନିଜ ଅଭିନୟ ଜାଦୁରେ ସେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ଏହାବ୍ୟତୀତ ସେ ଅନେକ ଧାରାବାହିକ ଓ ରିୟଲିଟି ଶୋରେ ମଧ୍ୟ ନଜର ଆସିଛନ୍ତି । ହେଲେ ଭାବିଜୀ ଘରପେ ହୈରେ ଅଙ୍ଗୁରି ଭାଉତ ଭୂମିକା ତାଙ୍କୁ ବେଶୀ ପରିଚିତ କରିଥିଲା ।

୧୯ ବର୍ଷର ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ

After 2nd paragraph post ads
Middle post content

ତେବେ କିଛି ଦିନ ତଳେ ସେ ନିଜ ୧୯ ବର୍ଷର ଦାମ୍ପତ୍ୟ ଜୀବନରେ ପୂର୍ଣ୍ଣଛେଦ ପକାଇ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ବିବାହର ୧୯ ବର୍ଷ ପରେ ସ୍ୱାମୀ ପୀୟୁଷ ପୁରେଙ୍କଠାରୁ ଅଲଗା ହୋଇଥିବା ଶୁଭାଙ୍ଗୀ କହିଛନ୍ତି ଯେ ସେ ତାଙ୍କ କାମକୁ ନେଇ ଏବେ ବହୁତ ସିରିୟସ ଅଛନ୍ତି । ବର୍ତ୍ତମାନ ସେ କେବଳ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ସେ କହିଛନ୍ତି ମୁଁ ଭାଉଜ ଚରିତ୍ରରେ ଅଭିନୟ କରିବାର ଆଠ ବର୍ଷ ବିତିଗଲାଣି ଏବଂ ବର୍ତ୍ତମାନ ମୁଁ ସମସ୍ତଙ୍କ ପାଇଁ ଭାଉଜ ହୋଇସାରିଛି । ସମସ୍ତେ ଭାଉଜ ଡ଼ାକିଲେ ମୋତେ ଭଲ ଲାଗେ । ସେ ଯେତେବେଳେ ଶିଳ୍ପା ସିଂଦେଙ୍କ ବଦଳରେ ମୋତେ ଏଥିରେ ଅଭିନୟ କରିବାକୁ କୁହାଗଲା ସେତେବେଳେ, ‘ମୋ ମାଙ୍କ ସମେତ ଅନେକ ଲୋକ ଭାବିଥିଲେ ଯେ ମୁଁ ଭାଉଜ ଚରିତ୍ରରେ ଅଭିନୟ କରିପାରିବି ନାହିଁ । କେବଳ ମୁଁ ଜାଣିଥିଲି ଯେ ଯେ ମୁଁ ଏହି ଅଭିନୟ କରିବାକୁ ସମର୍ଥ ହେବି କାରଣ ବାସ୍ତବ ଜୀବନରେ ମୋର ମଧ୍ୟ ଏହି ଚରିତ୍ର ଭଳି ପିଲାଳିଆମୀ ଅଛି । 

ଶୁଭାଙ୍ଗୀ ଝିଅକୁ ନେଇ ଅଲଗା ରହୁଥିଲେ

୨୦୦୩ରେ ଶୁଭାଙ୍ଗୀ ଇନ୍ଦୋରରେ ପୀୟୁଷଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ଉଭୟଙ୍କର ଭଲରେ କଟିଥିଲା । ଦୁଇ ବର୍ଷ ପରେ ଶୁଭାଙ୍ଗୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କୌଣସି କାରଣକୁ ନେଇ ଶୁଭାଙ୍ଗୀ ଓ ପୀୟୁଷଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଏହି କାରଣରୁ ବର୍ଷେ ହେବ ଶୁଭାଙ୍ଗୀ ଝିଅଙ୍କୁ ନେଇ ଅଲଗା ରହୁଥିଲେ । ଅନେକ ଦିନ ବିତିଯାଇଥିଲେ ବି ଦୁହିଁଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ତେଣୁ ପରସ୍ପରଠାରୁ ଅଲଗା ହୋଇଯିବା ପାଇଁ ଦୁହେଁ ସ୍ଥିର କରିଥିଲେ । ଶେଷରେ ଛାଡ଼ପତ୍ର ନେଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami