ପିନ୍ଧନ୍ତି ଦାମୀ ଜ୍ୟାକେଟ୍‌, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍‌

Above Post Content

ପ୍ୟୋଙ୍ଗ୍‌ୟାଙ୍ଗ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍‌ଙ୍କ ବିଷୟରେ କିଏ ବା ନ ଜାଣେ । କିମ୍ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ କିମ୍‌ଙ୍କଠାରୁ ତାଙ୍କ ଝିଅ ଅଧିକ ଷ୍ଟାଇଲିଷ୍ଟ । ସେ ପିନ୍ଧୁଥିବା ପୋଷାକ ହେଉ ବା ଜ୍ୟାକେଟ୍ ସବୁକିଛି ଦାମୀ ହୋଇଥାଏ । ଆଉ ସେ ପିନ୍ଧୁଥିବା ଗୋଟେ ଜ୍ୟାକେଟ୍‌ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ ।

ଜ୍ୟାକେଟ୍‌ର ମୂଲ୍ୟ ୧.୫୮ ଲକ୍ଷ

After 2nd paragraph post ads
Middle post content

କିମ୍‌ଙ୍କ ଝିଅ କିମ୍ ଜୁ ଏଇଙ୍କୁ ଏକ ଡିଆର ବ୍ରାଣ୍ଡ ଜ୍ୟାକେଟରେ ଦେଖିବାକୁ ମିଳିଥିଲା । ଯାହାର ମୂଲ୍ୟ ଥିଲା ୧ ଲକ୍ଷ ୫୮ ହଜାରରୁ ଅଧିକ ଟଙ୍କାର । ସେ ଗୁଚିର ଚଷମା ପିନ୍ଧିଥିଲେ । ଏସବୁ ଏକ ସମୟରେ ଯେତେବେଳେ ଉତ୍ତର କୋରିଆର ଆର୍ôଥକ ସ୍ଥିତି ଖରାପ ଚାଲିଥିବା ବେଳେ ଏଠାରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇଛି ଏବଂ ଲୋକମାନେ ଅନାହାରରେ ଅଛନ୍ତି । କିଛି ସମୟ ପୂର୍ବରୁ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଭୋକରେ କାନ୍ଦୁଥିବା ମହିଳାଙ୍କୁ ଦେଶର ସ୍ୱାର୍ଥ ପାଇଁ ଯଥାସମ୍ଭବ ଅଧିକ ସନ୍ତାନ ପ୍ରସବ କରିବାକୁ ନିବେଦନ କରୁଥିବା ଜାଣିବାକୁ ମିଳିଛି ।

ନିଷ୍ଠୁରତାର କାହାଣୀକୁ ନେଇ ଚର୍ଚ୍ଚାରେ ରୁହନ୍ତି କିମ୍‌

ତାଙ୍କର ନିଷ୍ଠୁରତାର କାହାଣୀ କେବଳ ଉତ୍ତର କୋରିଆରେ ସୀମୀତ ନୁହେଁ, ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଶକ୍ତି ପାଇଁ କିମ୍ ତାଙ୍କ ଲୋକଙ୍କୁ ଶୋଷଣ କରିବାଠାରୁ ଆରମ୍ଭ କରି ସମ୍ପର୍କୀୟମାନଙ୍କୁ ହତ୍ୟା କରିବାକୁ ବି ପଛାନ୍ତି ନାହିଁ । ଯେତେବେଳେ ବି ଏ ବିଷୟରେ କୌଣସି ଖବର ଆସେ, ସେଥିରେ ଏପରି କିଛି କାରଣ ରହିଥାଏ, ଯାହା ଖୋଜିବା କଷ୍ଟକର ହୋଇଯାଏ । ଏକଛତ୍ରବାଦୀ ଶାସକଙ୍କ ନିଷ୍ପତ୍ତି ଯେତିକି ଚର୍ଚ୍ଚା ତାଙ୍କ ପରିବାର ମଧ୍ୟ ସମାନ ଭାବରେ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ଉତ୍ତରାଧିକାରୀ କିଏ ହେବ ସେ ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି । କୁହାଯାଉଛି, କିମ୍‌ଙ୍କ ପରେ ତାଙ୍କ ସିଂହାସନ ଅଧିକାର କରିବେ ତାଙ୍କ ଭଉଣୀ । ଯିଏ ପୂର୍ବରୁ ଉତ୍ତର କୋରିଆ ରାଜନୀତିରେ ହସ୍ତକ୍ଷେପ କରୁଛନ୍ତି । ଏହି ସମୟରେ ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଦାବି କରିଛି ଯେ, କେବଳ କିମ୍‌ଙ୍କ ପ୍ରିୟ ଝିଅ ହିଁ ତାଙ୍କ ସିଂହାସନରେ ବସିବେ । ଆଉ କେହି ବି ବସିବେ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami