ମାଲକାନଗିରି ବିମାନବନ୍ଦରରେ ଟ୍ରାଏଲ ରନ୍‌

Above Post Content

ମାଲକାନଗିରି: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଶୀଘ୍ର କାର୍ଯ୍ୟମକ୍ଷ ହେବାକୁ ଯାଉଛି ରାଜ୍ୟର ଆଉ ଏକ ବିମାନ ବନ୍ଦର । ଆଜି ମାଲକାନଗିରି ବିମାନ ବନ୍ଦରରେ ହୋଇଛି ଟ୍ରାଏଲ ରନ୍ । ପରୀକ୍ଷା ମୂଳକ ଭାବେ ସଫଳତାର ସହ ଅବତରଣ କରିଛି ଭିଟି ୧୦୦ ବିମାନ । ଆସନ୍ତା ସପ୍ତାହରେ ମାଲକାନଗିରି ବିମାନବନ୍ଦରର ଉଦଘାଟିତ ହେବ ।

ଅବତରଣ କଲା ଭିଟି ୧୦୦ ବିମାନ

After 2nd paragraph post ads
Middle post content

ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡା ଠାରେ ବିମାନବନ୍ଦର ନିର୍ମାଣ କରାଯାଇଛି । ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ରନୱେର ଲମ୍ବ ୧୬୨୦ ମିଟର ରହିଥିବା ବେଳେ ଓସାର ୩୦ ମିଟର ରହିଛି । ଆଜି ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ୍ ହୋଇଛି । ଅବତରଣ କରିଥିଲା ଭିଟି ୧୦୦ ବିମାନ । ଅବତରଣ ପରେ ପାଇଲଟ୍ ପୂରା ବିମାନ ବନ୍ଦରକୁ ଯାଞ୍ଚ କରିଛନ୍ତି । ପରେ ବିମାନ ବନ୍ଦରର ପ୍ରସ୍ତୁତିକୁ ଖୁବ୍ ପ୍ରଂଶସା କରିଛନ୍ତି ପାଇଲଟ୍ । ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ସେବାର ଲୋକାର୍ପଣ କରିବେ ।

ଜୋରସୋରରେ ଚାଲିଛି ନିର୍ମାଣ କାର୍ଯ୍ୟ

ରନୱେରେ ବିମାନ ଆସିବା ପରେ ବିମାନ ରହିବା ଥିବା ପାର୍କିଂ ସ୍ଥାନକୁ ପ୍ରସ୍ତୁତ କରାଯାଉଛି । ଯେଉଁଠି ବିମାନରେ ଲୋକେ ବସିବେ ଓ ସେଥିରୁ ଓହ୍ଲାଇବେ , ସେଠାରେ ଟର୍ମିନାଲ ଗୃହ ନିର୍ମାଣ ହୋଇସାରିଥିବା ବେଳେ ତାହାର ଭିତର କାର୍ଯ୍ୟ କରାଯାଉଛି । ସେଠାରେ ଟିକଟ କାଉଣ୍ଟର, ଟର୍ମିନାଲ ମ୍ୟାନେଜର କୋଠରୀ, ସାଧାରଣ ଶୌଚାଳୟ, ଦିବ୍ୟାଙ୍ଗ ଶୌଚାଳୟ, ଷ୍ଟୋର ରୁମ୍‌, ଅପେକ୍ଷାଗୃହ, ଭିଆଇପି ଗୃହ, ସାମଗ୍ରୀ ଚେକ୍ କରିବା ସ୍ଥାନ ଆଦିର ନିର୍ମାଣ କରାଯାଉଛି । ଲୋକେ ଯେଉଁ ପଟେ ଆସିବେ ଓ ବିମାନରେ ବସିବା ପାଇଁ ଯିବେ ଦୁଇପଟ ରାସ୍ତା ନିର୍ମାଣ ହେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami