ଲେଖାଶ୍ରୀଙ୍କ ପ୍ରଚାର ଜମୁଛି

Above Post Content

ଭୁବନେଶ୍ୱର: ବଢ଼ିବାରେ ଲାଗିଛି ନିର୍ବାଚନୀ ତାତି । ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ମାରାଥନ କ୍‌୍ୟାମ୍ପେନ । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ରାଲିରେ ଦେଖାଉଛନ୍ତି ଶକ୍ତି । ଶୋଭାଯାତ୍ରା, ସମାବେଶରେ କମ୍ପୁଛି ପରିବେଶ । ସେହିପରି ବାଲେଶ୍ୱରରେ ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ହାଇଭୋଲଟେଜ୍ ପ୍ରଚାର ଚଳାଇଛନ୍ତି । ପଣାସଂକ୍ରାନ୍ତି ଅବସରରେ କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରି ଆଶିଷ ନେଇଥିଲେ ଲେଖାଶ୍ରୀ । ଠାକୁରଙ୍କ ଆଶୀର୍ବାଦ ନେଇ ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଆରମ୍ଭ କରିଥିଲେ ପ୍ରଚାର । ଗତ ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଆର୍ଶିବାଦ ବି ନେଇଥିଲେ ।

Middle post content

ନବୀନଙ୍କ ବିକାଶମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଲେଖାଶ୍ରୀ

After 2nd paragraph post ads

ଏଥର ବାଲେଶ୍ୱରରେ ହେବ ବଡ ଲଢେଇ । ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ଚେକ ଦେବେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ । ଅନ୍ୟପଟେ କଂଗ୍ରେସର ଶ୍ରୀକାନ୍ତ ଜେନାଙ୍କ ଏଣ୍ଟ୍ରି ବାଲେଶ୍ୱର ନିର୍ବାଚନରେ ନୂଆ ଟୁଇଷ୍ଟ ଆଣିଛି । ତିନି ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆରମ୍ଭ ହୋଇଛି ଚର୍ଚ୍ଚା କିଏ ଜିତିବ ବାଲେଶ୍ୱର ବାଜି । ଚବିଶ ନିର୍ବାଚନରେ ରୋଚକ ହେବ ବାଲେଶ୍ୱର ଲୋକସଭା ଲଢେଇ । ଉତ୍ତର ଓଡିଶାର ହାଇପ୍ରୋଫାଇଲ୍ ସିଟ୍ କବଜା କରିବା ପାଇଁ ରଣନୀତି କରିଛନ୍ତି ରାଜ୍ୟର ତିନି ପ୍ରମୁଖ ଦଳ । ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପୁଣି ବାଲେଶ୍ୱର ପାଇଁ ଭରସା କରିଛି ତ ଲେଖାଶ୍ରୀଙ୍କୁ ନେଇ ବଡ ରାଜନୈତିକ ଗୋଟି ଚଳାଇଛି ବିଜେଡି । ସ୍ଥାନୀୟ ଅଞ୍ଚଳରେ ଭଲ ପ୍ରଭାବ ଥିବା ପ୍ରତାପଙ୍କ ଆଗରେ ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଠିଆ କରି ବଡ ଚ୍ୟାଲେଞ୍ଜ ଦେଇଛି ବିଜେଡି । ଲେଖାଶ୍ରୀ ଏବେ ନନାଙ୍କ ବିଜୟ ବାଟରେ ସବୁଠୁ ବଡ ବାଧା ହୋଇ ଠିଆ ହୋଇଛନ୍ତି । ଲେଖାଶ୍ରୀ ଦଶ ବର୍ଷ ଧରି ରାଜନୀତିରେ ଅଛନ୍ତି ଓ ଏବେ ବାଲେଶ୍ୱର ମଇଦାନରେ ନିର୍ବାଚନର ଡେବ୍ୟୁ କରିବେ । ବାଲେଶ୍ୱରରେ ବିଜେଡି ସଂଗଠନ ଓ ନବୀନ ସରକାରଙ୍କ ବିକାଶମୂଳକ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଲେଖାଶ୍ରୀ । ଲୋକଙ୍କ ଶତ ପ୍ରତିଶତ ସମର୍ଥନ ନିଜ ଆଡକୁ ଆଣିବାକୁ ଚେଷ୍ଟା କରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami