ନିର୍ବାଚନ ପ୍ରଚାରରେ ଯାଇ ଗହମ କାଟିଲେ ମଥୁରା ପ୍ରାର୍ଥୀ ହେମା ମାଳିନୀ

Above Post Content

ମଥୁରା: ନିର୍ବାଚନ ପ୍ରଚାରରେ ଯାଇ ଗହମ କ୍ଷେତରେ ପଶି ଫସଲ କାଟିଲେ ଡ଼୍ରିମ୍ ଗର୍ଲ ହେମା ମାଳିନୀ । ବିଜେପି ସାଂସଦ ତଥା ମଥୁରା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହୋଇଛନ୍ତି ହେମା ମାଳିନୀ । ଲୋକସଭା ନିର୍ବାଚନରେ ପ୍ରଚାର କରିବାରେ ଏବେ ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି । ସମସ୍ତ ପ୍ରାର୍ଥୀ ପ୍ରଚାରରେ ବ୍ୟସ୍ତ ଥିବା ମଥୁରା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ହେମା ମାଳିନୀ ନିକଟରେ ଉତ୍ତରପ୍ରଦେଶର ଏକ ଗହମ କ୍ଷେତ ପରିଦର୍ଶନ କରିଛନ୍ତି । ସେ ସେହି କ୍ଷେତକୁ ପରିଦର୍ଶନ କରିବା ବେଳର କିଛି ଫଟୋ ତାଙ୍କ ଏକ୍ସ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି । ଫଟୋରେ ତାଙ୍କୁ ଚାଷୀମାନଙ୍କ ସହ ମିଶି ଗହମ କାଟୁଥିବାର ଦେଖିବାକୁ ମିଳିଛି ।

Middle post content

ଚାଷୀଙ୍କୁ ଭେଟିବାକୁ କ୍ଷେତରେ ପହଞ୍ଚିଲେ ହେମାମାଳିନୀ

After 2nd paragraph post ads

କ୍ଷେତରେ କାମ କରୁଥିବା ମହିଳାମାନଙ୍କୁ କାମରେ ସାହାଯ୍ୟ କରିଥିଲେ । ପରେ ଫଟୋ ପାଇଁ ସେମାନଙ୍କ ସହିତ ପୋଜ୍ ଦେଇଥିଲେ । ହେମା ମାଳିନି ଚାଷ ଜମିରେ ଅତ୍ୟନ୍ତ ଖୁସି ଥିବା ମନେ ହେଉଥିଲେ । ଏହିସବୁ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଆଜି ମୁଁ ଚାଷୀଙ୍କ ସହ ଭେଟିବାକୁ ଯାଇଥିଲି । ଯେଉଁମାନଙ୍କୁ ମୁଁ ଏହି ୧୦ ବର୍ଷ ମଧ୍ୟରେ ନିୟମିତ ସାକ୍ଷାତ କରିଆସୁଥିଲି । ସେମାନେ ମୋତେ ସେମାନଙ୍କ ମଧ୍ୟରେ ଦେଖିବାକୁ ଭଲ ପାଉଥିଲେ ଏବଂ ମୁଁ ସେମାନଙ୍କ ସହ ପୋଜ୍ କରିବାକୁ ଜିଦ୍ ଧରିଥିଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami