ମିଳୁଛି ଜବରଦସ୍ତ ଅଫର, କରନ୍ତୁ ବୁକିଂ

Above Post Content

ବମ୍ବେ: ରିଲିଜ୍ ହୋଇଛି ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନିତ ଫିଲ୍ମ ‘ଡଙ୍କି’ । ଏଥିରେ ଶାହାରୁଖଙ୍କ ନାୟିକା ସାଜିଛନ୍ତି ତାପସୀ ପନ୍ନୁ । ଦିର୍ଘଦିନ ଧରି ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍ ଥିଲା । ଏହାର ପରିଣାମସ୍ୱରୂପ ସିନେମାହଲ୍‌ଗୁଡ଼ିକରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି । ଯଦି ଏହି ଫିଲ୍ମକୁ ମାଗଣା ଦେଖିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହିବୁ କିଭଳି ଆପଣ ମାଗଣାରେ ଫିଲ୍ମ ଟିକେଟ ବୁକ୍ କରିପାରିବେ ।

କେମିତି ବୁକ୍ କରିବେ ଟିକେଟ୍‌

After 2nd paragraph post ads
Middle post content

ଏହି କାମ ଲାଗି ଆପଣଙ୍କୁ ପ୍ରଥମେ ବୁକ୍ ମାଇ ଶୋ’ ଆପକୁ ଖୋଲିବାକୁ ହେବ । ଏହାପରେ ଫିଲ୍ମର ବ୍ୟାନ୍‌ରେ କ୍ଲିକ୍ କରି ସିନେମା ହଲ ଏବଂ ସିଟ୍ ଚୟନ କରନ୍ତୁ । ଏହାପରେ ପେମେଣ୍ଟ ଅପ୍‌ଶନ ଆସିବ । ପେମେଣ୍ଟ ପେଜ୍‌ରେ ଆପଣ ମୋର ପେମେଣ୍ଟଅପ୍‌ଶନ୍‌କୁ ଯାଆନ୍ତୁ । ପରେ ଆସନ୍ତା ପେଜ୍‌ରେ ରିଡେମ୍ ପଏଣ୍ଟ୍‌ସ ଅପଶନ୍ ଆସିବ । ଏଠାରେ କ୍ଲିକ୍ କରିବା ପରେ ବ୍ୟାଙ୍କିଂ ପାଟର୍ନରର ତାଲିକା ଆସିବ । ଏହି ତାଲିକାରେ ନିଜ ବ୍ୟାଙ୍କ ଚୟନ କରନ୍ତୁ । ବ୍ୟାଙ୍କ ଚୟନ କରିବା ପରେ କ୍ରେଡିଟ ଏବଂ ଡେବିଟ ଉଭୟ କାର୍ଡ ଅପଶନ ଆସିବ ।

ପଏଣ୍ଟ ଜରିଆରେ ଆପଣ ମାଗଣାରେ ଟିକେଟ କ୍ରୟ କରିବେ

ମନେରଖନ୍ତୁ, ଯଦି ଆପଣ ବୁକ୍ ମାଇ ଶୋ’ ଆପ୍‌ରେ କରୁଛନ୍ତି ବୁକିଂ ତେବେ ଆପଣଙ୍କୁ ଡେବିଟ୍ କାର୍ଡର ଶେଷ ଚାରି ଅଙ୍କ ଦେବାକୁ ହେବ । ନଚେତ ଶୋ’ର ଅଫିସିଆଲ ୱେବସାଇଟ୍‌ରୁ ବୁକିଂ କଲେ ଆପଣଙ୍କୁ ପୁରା ନମ୍ବର ଦେବାକୁ ହେବ ।କାର୍ଡ ଏବଂ ନମ୍ବର ଦେବା ପରେ ଚେକ୍ ବାଲନ୍ସ ଚୟନ କରନ୍ତୁ । ପରେ ଆପଣଙ୍କୁ ପଏଣ୍ଟ୍‌୍ସ ନଜର ଆସିବ । ଏହି ପଏଣ୍ଟଗୁଡ଼ିକ ଆପଣଙ୍କୁ କାର୍ଡ ବ୍ୟବହାର କରିବା ସମୟରେ ମିଳିଥିବ । ଏହି ପଏଣ୍ଟ ଜରିଆରେ ଆପଣ ମାଗଣାରେ ଟିକେଟ କ୍ରୟ କରିପାରିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami