ଅଯୋଧ୍ୟାରେ ରାମ-ସୀତା-ଲକ୍ଷ୍ମଣଙ୍କୁ ଦେଖି ଭାବପ୍ରବଣ ହେଲେ ଫ୍ୟାନ୍ସ

Above Post Content

ମୁମ୍ୱାଇ : ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସମଗ୍ର ଦେଶ ବେଶ୍ ଉତ୍ସାହିତ । ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ବଡ ସେଲିବ୍ରିଟିଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ସମୟରେ ଅଯୋଧ୍ୟାରେ ପହଞ୍ଚିଛନ୍ତି ଛୋଟ ପରଦାରେ ପ୍ରସାରିତ ହୋଇଥିବା ରାମାୟଣର ରାମ-ସୀତା- ଲକ୍ଷ୍ମଣ । ଏହି ୩ ଜଣଙ୍କୁ ପୁଣି ବହୁ ବର୍ଷ ପରେ ଏକାଠି ଦେଖି ଫ୍ୟାନ୍ସ ଭାବପ୍ରବଣ ହୋଇପଡ଼ିଛନ୍ତି । ସେମାନଙ୍କର ପୁରୁଣା ସ୍ମୃତି ତାଜା ହୋଇଯାଇଛି ବୋଲି କହିଛନ୍ତି ଫ୍ୟାନ୍ସ । ଏବେ ସେମାନଙ୍କର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ବହୁ ବର୍ଷ ପରେ ଏକାଠି ନଜର ଆସିଲେ ରାମ-ଲକ୍ଷ୍ମଣ-ସୀତା

After 2nd paragraph post ads

ଭାଇରାଲ ଭିଡ଼ିଓରେ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲ, ସୀତା ଅର୍ଥାତ୍ ଦୀପିକା ଚିଖଲିଆ ଏବଂ ଲକ୍ଷ୍ମଣ ସୁନୀଲ ଏକାଠି ନଜର ଆସିଛନ୍ତି । ଏହି ତିନି କଳାକାର ଅଯୋଧ୍ୟା ଭୂମିରେ ପାଦ ଦେଇଛନ୍ତି । ଏହି ସବୁ ଦେଖିବା ପରେ ଲୋକମାନେ ପୁଣି ଥରେ ରାମାୟଣର ଦିନକୁ ମନେ ପକାଇଛନ୍ତି । ଏହି ତିନୋଟି ତାରକାଙ୍କ ଗତିବିଧି ଏବଂ ଅଭିବ୍ୟକ୍ତି ସମାନ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ପ୍ରଶଂସକଙ୍କୁ ମନେ ପକାଇଛି । ତେବେ ହନୁମାନ ଭୂମିକାରେ ଅଭିନୟ କରିଥିବା ଦାରା ସିଂ ଆମ ସହିତ ଆଉ ନାହାଁନ୍ତି । ତାଙ୍କର ଅନୁପସ୍ଥିତି ଏବେ ପ୍ରଶଂସକଙ୍କୁ ବହୁତ କଷ୍ଟ ଦେଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami