୪୦ ଥର ରିଟେକ୍ ପରେ ବି ନୃତ୍ୟ କରିପାରି ନ ଥିଲେ ପ୍ରିୟଙ୍କା

Above Post Content

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍ ଫିଲ୍ମରେ କାମ କରିସାରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଦିନ ରାତି ପରିଶ୍ରମ କରିବାକୁ ପଡ଼ିଛି । ମିସ୍ ୱାଲ୍ଡ ବିଜେତା ହେବା ପରେ ପ୍ରିୟଙ୍କା ଫିଲ୍ମ ‘ଦ ହିରୋ: ଲଭ୍ ଷ୍ଟୋରୀ ଅଫ୍ ଏ ସ୍ପାଏ’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଅନ୍ଦାଜ’ ତାଙ୍କ କ୍ୟାରିୟର ପାଇଁ ଏକ ଟର୍ନିଂ ପଏଣ୍ଟ ଥିଲା । ଏହି ଫିଲ୍ମର ଶୁଟିଂ ସମୟରେ ଏମିତି କିଛି ଘଟଣା ଘଟିଥିଲା ଯାହାକୁ ପ୍ରିୟଙ୍କା ଆଜି ପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି । ଫିଲ୍ମ ‘ଅନ୍ଦାଜ’ର ଶୁଟିଂ ସମୟରେ ୪୦ରୁ ଊର୍ଦ୍ଧ୍ୱ ଥର ରିଟେକ୍ ହେବା ପରେ ମଧ୍ୟ ପ୍ରିୟଙ୍କା ଠିକ୍ ଭାବେ ନୃତ୍ୟ କରିପାରି ନ ଥିଲେ । ଏଥିପାଇଁ କୋରିଓଗ୍ରାଫର ରାଜୁ ଖାନ୍ ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଗାଳି କରିଥିଲେ ।

Middle post content

ମିସ୍ ୱାଲ୍ଡ ହୋଇଗଲେ କିଏ ଅଭିନେତ୍ରୀ ହୋଇଯିବେନି

After 2nd paragraph post ads

ପ୍ରିୟଙ୍କା କୁହନ୍ତି, ଦକ୍ଷିଣ ଆଫ୍ରିକାରେ ଫିଲ୍ମର ଏକ ରୋମାଣ୍ଟିକ୍ ଗୀତର ଶୁଟିଂ ଚାଲିଥାଏ । ମାତ୍ର ସେ ନୃତ୍ୟଟିକୁ ଠିକ୍ ଭାବେ କରି ପାରି ନ ଥିଲେ । ଏଥିପାଇଁ କୋରିଓଗ୍ରାଫର ରାଜୁ ହାତରେ ଧରିଥିବା ମାଇକ୍‌କୁ ରାଗରେ ତଳେ ଫୋପାଡି ଦେଇଥିଲେ । ଆଉ କହିଥିଲେ, କେବଳ ମିସ୍ ୱାଲ୍ଡ ହୋଇଗଲେ କିଏ ଅଭିନେତ୍ରୀ ହୋଇଯିବେନି । ପ୍ରଥମେ ଯାଅ ନୃତ୍ୟ ଶିଖି ଆସ । ତା ପରେ ପରଫର୍ମ କରିବ । ଏ ବିଷୟରେ ପ୍ରିୟଙ୍କା କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami