ସ୍ୱାମୀଙ୍କଠାରୁ ଅଲଗା ହେଲେ ହେମାମାଳିନୀଙ୍କ ଝିଅ

Above Post Content

ମୁମ୍ବାଇ: ଭାଙ୍ଗିଲା ୧୨ ବର୍ଷର ବୈବାହିକ ସମ୍ପର୍କ । ଦୀର୍ଘ ଦିନ ଧରି ଯାହା ଚର୍ଚ୍ଚା ହେଉଥିଲା ଶେଷରେ ତାହା ସତ ପ୍ରମାଣିତ ହୋଇଛି । ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ସ୍ୱାମୀ ଭରତ ତଖ୍‌ତାନୀଙ୍କଠାରୁ ଅଲଗା ହୋଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଜୋର ଧ୍‌ରିଛି ।

ପିଲାଙ୍କ ହିତ ଦୃଷ୍ଟିକୋଣରୁ ନେଇଛୁ ପଦକ୍ଷେପ

After 2nd paragraph post ads
Middle post content

ବଲିଉଡ ଅଭିନେତା ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଝିଅ ଈଶା ଦେଓଲ ତାଙ୍କ ସ୍ୱାମୀ ଭରତ ତଖ୍‌ତାନୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆପୋଷ ସହମତିରେ ଅଲଗା ହେବା ପାଇଁ ଉଭୟ ନିଷ୍ପତ୍ତି ନେଇଛନ୍ତି । ଏନେଇ ଉଭୟ ଘୋଷଣା କରିଛନ୍ତି । ଈଶା ଓ ଭରତ କହିଛନ୍ତି ଯେ, ଆମେ ପାରସ୍ପରିକ ସମ୍ମତି ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମ ଜୀବନର ଏହି ପରବର୍ତ୍ତନ ଯୋଗୁ ଆମର ଦୁଇ ପିଲାଙ୍କ ହିତ ଏବଂ କଲ୍ୟାଣ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ଆଶା ।

ସ୍କୁଲରୁ ଭଲ ପାଉଥିଲେ ଇଶା-ଭରତ

ଈଶା ତାଙ୍କ ଭାଇ ସନୀ ଦେଓଲ ଓ ବବି ଦେଓଲଙ୍କ ପରି ଏତେଟା ସଫଳ ହୋଇପାରି ନ ଥିଲେ । ୨୦୧୨ରେ ସେ ବ୍ୟବସାୟୀ ଭରତଙ୍କୁ ବିବାହ କରିଥିଲେ । ଈଶା ଏବଂ ଭରତଙ୍କ ପ୍ରେମ ସମ୍ପର୍କ ସ୍କୁଲରୁ ଆରମ୍ଭ ହୋଇଥିଲା । କଲେଜରେ ପଢ଼ିବା ପରେ ସେମାନଙ୍କ ସମ୍ପର୍କ ନିବୀଡ ହୋଇଥିଲା । ପରେ କୌଣସି କାରଣ ବଶତଃ ଉଭୟ ଅଲଗା ହୋଇ ଯାଇଥିଲେ । ଏହାର ୧୦ ବର୍ଷ ପରେ ସେମାନେ ପୁନର୍ବାର ପ୍ରେମରେ ପଡିଥିଲେ ଏବଂ ଶେଷରେ ବିବାହ କରିଥିଲେ । ସେମାନଙ୍କର ୨ଟି ଝିଅ ଅଛି । ଈଶା ୨୦୦୨ରେ କୋଇ ମେରେ ଦିଲ ସେ ପୁଛେ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଧୂମ, ନା ତୁମ ଜାନୋ ନା ହମ, କ୍ୟା ଦିଲ ନେ କହା, ହାଇଜ୍ୟାକ ଓ ପ୍ୟାରେ ମୋହନ ନାମକ ଫିଲ୍ମରେ ଅଭିନୟ କରିଛନ୍ତି । ୨୦୨୨ରେ ଅଜୟ ଦେବଗାନଙ୍କ ସହ ରୂଦ୍ର: ଦିଏ ଏଜ ଅଫ ଡାର୍କନେସ ମାଧ୍ୟମରେ ସେ ଓଟିଟି ପଦାର୍ପଣ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami