ବିବାହର ୫ ବର୍ଷ ପରେ ମାଆ ହେବେ ଦୀପିକା

Above Post Content

ମୁମ୍ବାଇ : ବିବାହର ଦୀର୍ଘ ୫ ବର୍ଷ ପରେ ମାଆ ହେବାକୁ ଯାଉଛନ୍ତି ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହି ଗୁଡ଼୍‌ନ୍ୟୁଜ୍ ନିଜେ ଦୀପିକା ଓ ରଣବୀର ସିଂ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ କହିଛନ୍ତି ସେମାନେ ଖୁବ୍‌ଶୀଘ୍ର ତାଙ୍କ ଘରେ ନୂଆ ଅତିଥିଙ୍କୁ ସ୍ୱାଗତ କରିବେ । ଏହି ଖବର ପାଇବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସି ଦେଖାଦେବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ବିଏଏଫଟିଏ ପୁରସ୍କାର ଶୋ’ରେ ଦୃଶ୍ୟମାନ ହେଉଥିଲା ବେବି ବମ୍ପ

After 2nd paragraph post ads
Middle post content

ନିକଟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିଏଏଫଟିଏ ପୁରସ୍କାର ୨୦୨୪ରେ ଉପସ୍ଥିତ ଥିଲେ । ସେ ପୁଣି ଥରେ ଗର୍ଭବତୀ ଥିବା ବିଷୟକୁ ନେଇ ଖବରକୁ ଆସିଛନ୍ତି । ତେବେ ବିବାହର ୫ବର୍ଷ ପରେ ଦୀପିକା ଏବଂ ରଣବୀର ସିଂଙ୍କ ମାଆବାପା ହେବାକୁ ଯାଉଛନ୍ତିି । ଏହି ସୂଚନା ଦମ୍ପତିଙ୍କ ନିକଟ ସୂତ୍ର ଦ୍ୱାରା ଦିଆଯାଇଛି । ଦୀପିକା ଏବଂ ରଣବୀର ନିଜେ ଏହି ଭଲ ଖବରକୁ ସେମାନଙ୍କ ସହ ସେୟାର କରିଛନ୍ତି ସେମାନେ ଶୀଘ୍ର ସେମାନଙ୍କର ପ୍ରଥମ ଶିଶୁକୁ ସ୍ୱାଗତ କରିବେ । ବାସ୍ତବରେ, ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ ବିଏଏଫଟିଏ ପୁରସ୍କାର ଶୋ’ରେ ଅଭିନେତ୍ରୀଙ୍କ ବେବି ବମ୍ପ ଦୃଶ୍ୟମାନ ହେଉଥିଲା । ବର୍ତ୍ତମାନ ଗର୍ଭବତୀ ଖବରକୁ ନେଇ ଦୀପିକା ଏବଂ ରଣବୀରଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ପ୍ରଶଂସକମାନେ ଏହି ଭଲ ଖବର ଉଭୟଙ୍କଠାରୁ ଶୁଣିବାକୁ ବେଶ୍ ଆଗ୍ରହୀ ।

ପରିବାର ଆରମ୍ଭ କରିବାକୁ ଅପେକ୍ଷାରେ ଥିଲେ

ସୂଚନାଯୋଗ୍ୟ ଦୀପିକା ଏବଂ ରଣବୀର ୨୦୧୮ ରେ ବିବାହ କରିଥିଲେ । ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଭିନେତ୍ରୀ କହିଥିଲେ ଯେ ଆମେ କେବେ ନିଜ ପରିବାର ଆରମ୍ଭ କରିବୁ ତାହା ଅପେକ୍ଷା କରିଛୁ । ବର୍ତ୍ତମାନ, ଅଭିନେତ୍ରୀ ମା ହେବାର ଖବର ପରେ ପ୍ରଶଂସକଙ୍କ ଖୁସିର କୌଣସି ସୀମା ନାହିଁ । ଦୀପିକା ପାଦୁକୋନଙ୍କୁ ଶେଷ ଥର ପାଇଁ ’ଫାଇଟର’ରେ ଦେଖିବାକୁ ମିଳିଥିଲା । ଆଗାମୀ ଦିନରେ ତାଙ୍କୁ ଦକ୍ଷିଣ ସୁପରଷ୍ଟାର ପ୍ରଭାସଙ୍କ ସହ କଳ୍କି ୨୮୯୮ ଏଡି’ ରେ ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami