ଅଭିନେତା ଋତୁରାଜ ସିଂଙ୍କ ପରଲୋକ

Above Post Content

ମୁମ୍ବାଇ: ଟେଲିଭିଜନରୁ ଓଟିଟି ପର୍ଯ୍ୟନ୍ତ ଅଭିନୟ କରି ଲୋକଙ୍କ ହୃଦୟକୁ ଜିତିଥିବା ଅଭିନେତା ଋତୁରାଜ ସିଂଙ୍କର ପରଲୋକ ହୋଇଯାଇଛିି । ସେ ୬୦ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବର୍ତ୍ତମାନର ଛୋଟ ପରଦାର ଲୋକପ୍ରିୟ ଧାରାବାହିକ ଅନୁପମାରେ ରିତୁରାଜ ସିଂ ନଜର ଆସୁଥିଲେ । ତାଙ୍କର ହଠାତ୍ ମୃତ୍ୟୁ ଖବର ଶୁଣିବା ପରେ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

Middle post content

ଅନେକ ଧାରାବାହିକରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ

After 2nd paragraph post ads

ଏହି ଅଭିନେତା ଅନେକ ଲୋକପ୍ରିୟ ଟିଭି ଶୋ’ର ଏକ ଅଂଶ ଥିଲେ । ତାଙ୍କର ବଳିଷ୍ଠ ଅଭିନୟ ସହିତ ଲୋକଙ୍କ ହୃଦୟକୁ ଜିତି ଚାଲିଥିଲେ ସେ । ୠତୁରାଜ ସିଂଙ୍କ ହଠାତ୍ ଦେହାନ୍ତ ହେବାର ଖବର ଶୁଣି କେବଳ ଇଣ୍ଡଷ୍ଟ୍ରିର ଲୋକ ନୁହଁନ୍ତି ପ୍ରଶଂସକମାନେ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ‘ଅପନୀ ବାତ’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ୱାରିୟର ହାଇ’, ‘ଆହଟ’ ଏବଂ ‘ଅଦାଲତ’, ‘ଦିୟା ଔର ବାତି ହମ’ ସମେତ ଅନେକ ଲୋକପ୍ରିୟ ଟିଭି ଶୋ’ରେ ଋତୁରାଜ ଅଭିନୟ କରି ଲୋକଙ୍କ ହୃଦୟ ଜିତିପାରିଥିଲେ । ସେ ଏହି ଶୋ’ରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେ, ଯେଉଁଥିରେ ‘ରାଜନୀତି’, ‘ବଦ୍ରିନାଥ କି ଦୁଲହନିଆ’ ଇତ୍ୟାଦି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ । ସୋସିଆଲ ମିଡିଆରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ସୁଲଝେ ହୁଏ ଆକ୍ଟରକୋ ବହତ ହି ଜଲଦ ବୁଲା ଲିୟା । ଅନ୍ୟ ଜଣେ ଲେଖିଛନ୍ତି, ଅନୁପମାରେ ତାଙ୍କର ଅଭିନୟ ପ୍ରଶଂସନୀୟ । ମୁଁ କେବଳ ତାଙ୍କ କାରଣରୁ ଶୋ ଦେଖୁଥିଲି । ଏହା ଯିବାର ବୟସ ନୁହେଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami