ପୁଣି ମିଳିଲା କାଳିଆ ସହାୟତା ରାଶି

Above Post Content

ଭୁବନେଶ୍ୱର : ସୋମବାର ଚାଷୀମାନଙ୍କୁ ମିଳିଛି କାଳିଆ ସହାୟତା ରାଶି । ଖରିଫ ଚାଷ ପାଇଁ ମିଳିଛି କାଳିଆ ସହାୟତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଏହାଛଡା ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକ ପରିବାରଙ୍କୁ ୩୬୦ କୋଟି ଟଙ୍କାର ଅତିରିକ୍ତ ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି ।

Middle post content

ସମସ୍ତ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

After 2nd paragraph post ads

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି କେନ୍ଦ୍ର ଜରିଆରେ ଚାଷୀମାନେ ସମସ୍ତ ତଥ୍ୟ ସହଜରେ ପାଇପାରିବେ । ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବଜେଟ୍‌ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି । ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami