ଦହିବରା ରାନ୍ଧି ସାଥୀମାନଙ୍କୁ ଖୁଆଇଲେ ସେଫ୍ ବିକାଶ ଖାନ୍ନା

Above Post Content

ମୁମ୍ବାଇ: ଓଡ଼ିଶାର ଦହିବରା ଆଳୁଦମ ର ସ୍ୱାଦ ସ୍ୱତନ୍ତ୍ର । ଯିଏ ଥରେ ଏହି ଖାଦ୍ୟ ଖାଇଛି, ସେ ଏହାର ମଜା ପାଇଛି । ନିକଟରେ ସେଫ ବିକାଶ ଖାନ୍ନା ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଗ୍ରହ ବଶତଃ ଏହି ଖାଦ୍ୟ ଖାଇଥିଲେ । ଆଉ ଏହାର ପ୍ରଶଂସାରେ ସେ ଏବେ ଶତ ମୁଖର । ଦହିବରା ଆଳୁଦମ୍ ଏମିତି ବାୟା କଲା ଯେ, ନିକଟରେ ସେ ପ୍ରସ୍ତୁତ କରି ନିଜେ ଖାଇବା ସହ ଅନ୍ୟ ସାଥୀମାନଙ୍କୁ ଖୁଆଇଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଦହିବରାକୁ ଢେର ପ୍ରଶଂସା କରୁଛନ୍ତି ବିକାଶ

After 2nd paragraph post ads
Middle post content

ଦହିବରା ଆଳୁଦମ୍ ପ୍ରାୟ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ୍ୱ ରଖେ । ଆଉ ଏହାର ସ୍ୱାଦ, ଯିଏ ଖାଇଛି ସେ ଜାଣିଛି । ନିକଟରେ ସେଫ୍ ବିକାଶ ଖାନ୍ନା ଓଡିଶା ଆସିଥିଲେ । ଓଡ଼ିଶା ଗସ୍ତ ବେଳେ ସେ ରାସ୍ତା କଡ଼ରେ ଥିବା ଦହିବରା ଦୋକାନକୁ ଦେଖି ଗାଡ଼ି ଅଟକାଇଥିଲେ । ଆଉ ତା’ ପରେ ଦହିବରାକୁ ମନଭରି ଖାଇଥିଲେ । ଖାଇବା ପରେ ଭୁରି ଭୁରି ପ୍ରଶଂସା ବି କରିଥିଲେ । ବିକାଶ ମୁମ୍ବାଇ ଚାଲିଯାଇଥିଲେ ସିନା ହେଲେ ଓଡିଶାରେ ଖାଇଥିବା ଦହିବରା ଆଳୁଦମର ସ୍ୱାଦ ଭୁଲିପାରି ନ ଥିଲେ । ଦହିବରାର ସ୍ୱାଦ ତାଙ୍କୁ ଏପରି ବାୟା କଲା ଯେ ସେ କିପରି ତାକୁ ବନାଇବେ ସେ ନେଇ ଚେଷ୍ଟା କଲେ । ମୁମ୍ବାଇରେ ନିଜେ ଦହିବରା ଆଳୁଦମ ପ୍ରସ୍ତୁତ କରିଲେ । ନିଜେ ଖାଇବା ସହ ନିଜର ସାଥୀମାନଙ୍କୁ ମଧ୍ୟ ଖୁଆଇଛନ୍ତି । ଯାହାର ଏକ ଭିଡିଓ ବିକାଶ ଖାନ୍ନା ତାଙ୍କ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

ଓଡିଶାର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ

ଭିଡିଓଟିକୁ ପୋଷ୍ଟ କରି ସେ ତା’ର କ୍ୟାପସନରେ ଲେଖିଛନ୍ତି ଯେ, “ଓଡିଶାର ମୋର ପ୍ରିୟ ଖାଦ୍ୟକୁ ପୁଣିଥରେ ରିକ୍ରିଏଟ କଲି” । ଭିଡିଓରେ ବିକାଶ ଦହିବରା ପ୍ରସ୍ତୁତ କରିଥିବାର ଦେଖିବାକୁ ମିଳିଛି । ତା’ପରେ ସେ ଆଳୁଦମ୍ ଏବଂ ଦହି ଲଙ୍କା ତିଆରି କରିଥିଲେ ଯେପରି ଦୋକାନରେ ବନାଯାଉଛି । ଏହାପରେ ସେ ଦହିବରାକୁ ପ୍ଲେଟରେ ସଜାଇ ନିଜେ ଖାଇବା ସହ ଅନ୍ୟ ଜଣେ ସେଫଙ୍କୁ ମଧ୍ୟ ଖାଇବାକୁ ଦେଇଥିବାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଦହିବରା ଓଡ଼ିଶାର ପ୍ରସିଦ୍ଧ । ତେଣୁ ଯିଏ ଖାଆନ୍ତିି ସେ ତାପଛରେ ବାୟା ହୁଅନ୍ତି ବୋଲି ଅନେକ ମତ ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami