୨୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ତୁଳସୀ କୁମାର

Above Post Content

ମୁମ୍ବାଇ: ଭାରତର ସବୁଠାରୁ ଲୋକପ୍ରିୟ ତଥା ପ୍ରତିଭାବାନ ମହିଳା କଣ୍ଠଶିଳ୍ପୀ ଭାବେ ଶ୍ରେୟା ଘୋଷାଲ ,ନେହା କକ୍କର ଓ ସୁନିଧି ଚୌହାନଙ୍କୁ ବିବେଚନା କରାଯାଏ । ସେମାନଙ୍କର ଏପରି ଗୌରବର ପ୍ରମାଣ ହେଉଛି ସେମାନଙ୍କର ପ୍ରଶଂସକ ଓ ସମ୍ପତ୍ତି । ମାତ୍ର ଯେତେବେଳେ ସବୁଠୁ ଧନୀ ମହିଳା ପ୍ରଚ୍ଛଦପଟ ଗାୟିକାଙ୍କ କଥା ଉଠେ, ସେତେବେଳେ ଆଉ ଜଣେ କଳାକାରଙ୍କ ନାମ ମଧ୍ୟ ତାଲିକାରେ ଆସିଥାଏ । ସେ ହେଉଛନ୍ତି ‘ବିଲ୍ଲୁ’ ଫିଲ୍ମର ‘ଲଭ ମେରା ହିଟ୍‌’ ଓ ‘ୱାନ୍‌ସ ଅପନ୍ ଏ ଟାଇମ୍‌’ ଫିଲ୍ମର ‘ତୁମ୍ ଯୋ ଆୟେ’ ପରି ଗୀତରେ କଣ୍ଠ ଦାନ କରିଥିବା ତୁଳସୀ କୁମାରତାଙ୍କ ସମ୍ପତ୍ତିର ପରିମାଣ ପାଖାପାଖି ୨୦୦ କୋଟି ଟଙ୍କା ହେବ । ଅପରପକ୍ଷେ, ଶ୍ରେୟା ଘୋଷାଲଙ୍କ ପାଖରେ ୧୮୦ରୁ ୧୮୫ କୋଟି ଟଙ୍କା, ସୁନିଧି ଚୌହାନଙ୍କର ୧୦୦ କୋଟି ଟଙ୍କା ଓ ନେହା କକ୍କରଙ୍କର ୪୦ କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି ।

Middle post content

ଗୀତର ଯାଦୁରେ ପ୍ରଶଂସକଙ୍କ ମନ ଜିଣନ୍ତି

After 2nd paragraph post ads

ତୁଳସୀ କୁମାର ହେଉଛନ୍ତି ବଲିଉଡ୍‌ର ଜଣାଶୁଣା ପ୍ରଯୋଜକ ଭୂଷଣ କୁମାରଙ୍କ ଭଉଣୀ । ତାଙ୍କ ବାପା ଥିଲେ ଟି-ସିରିଜ୍‌ର ମାଲିକ ଗୁଲସନ କୁମାର । ୧୯୮୬ ମାର୍ଚ୍ଚ ୧୫ରେ ଜନ୍ମିତ ତୁଳସୀ ବ୍ୟବସାୟୀ ହିତେଶ ରାଲହାନ୍‌ଙ୍କୁ ବିବାହ କରିଛନ୍ତି । ୨୦୦୯ରେ ଆଲବମ୍ ‘ଲଭ୍ ହୋ ଯାଏ’ ଜରିଆରେ ସେ ସଂଗୀତ ଜଗତରେ ପାଦ ଥାପିଥିଲେ । ତୁଳସୀ ‘ଶୋଚ ନା ସକେ’, ‘ସନମ୍ ରେ’, ‘ନାଚାଙ୍ଗେ ସାରି ରାତ୍‌’ ଏବଂ ‘ଇସ୍କେ ଦି ଲଟ’ ଭଳି ଗୀତ ଗାଇ ପ୍ରଶଂସକମାନଙ୍କ ହୃଦୟରେ ଘର କରିପାରିଥିଲେ । ୨୦୧୯ରେ ପଞ୍ଜାବୀ କଣ୍ଠଶିଳ୍ପୀ ଗୁରୁ ରନ୍ଧାୱାଙ୍କ ସହ ମିଶି ‘ଏନି ସୋନି’ ଶୀର୍ଷକ ଗୀତରେ କଣ୍ଠଦାନ କରି ସେ ଚହଳ ପକାଇଥିଲେ । ସେହିପରି ୨୦୨୧ରେ ଜୁବିନ୍ ନୌଟିଆଲ୍‌ଙ୍କ ସହ ‘ପେହେଲେ ପ୍ୟାର କା ପେହେଲା ଗମ୍‌’ ଶୀର୍ଷକ ଗୀତରେ କାମ କରି ନିଜର ଲୋକପ୍ରିୟତାକୁ ତୁଳସୀ ଆଗକୁ ବଢ଼ାଇଥିଲେ । ୨୦୧୭ରେ ‘ଏୟାରଲିଫ୍‌ଟ’ ଫିଲ୍ମର ‘ଶୋଚ ନା ସକେ’ ଗୀତ ପାଇଁ ତାଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ‘ଆଇଫା’ ସମ୍ମାନ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami