ଅନେକ ସେଲିବ୍ରିଟିଙ୍କୁ ମିଳିନି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ

Above Post Content

ମୁମ୍ବାଇ: ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ପ୍ରତିଷ୍ଠା କରିଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ରାଜନେତା,ବିଶିଷ୍ଟଙ୍କଠାରୁ ଆରମ୍ଭ କରି ବଲିଉଡ ତାରକା ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଆଉ ସମସ୍ତେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଲିବ୍ରିଟିମାନଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ବିଶାଳ ସମାରୋହ ପାଇଁ ବଲିଉଡର କିଛି ସୁପରଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ ।

Middle post content

ସାମିଲ ହେଲେନି ସୁପରଷ୍ଟାର

After 2nd paragraph post ads

ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାରେ ଯୋଗ ଦେବା ପାଇଁ ବଲିଡ଼ର କିଙ୍ଗ୍ ଶାହାରୁଖ ଖାନଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ହେଲେ ଏହି ନିମନ୍ତ୍ରଣ ପଠାଇବା ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେହିପରି ସଲମାନ ଖାନ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଅଂଶଗ୍ରହଣ କରିପାରିଲେ ନାହିଁ । ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ଅମିର ଖାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନ ଥିଲା । ବଲିଉଡର ସବୁଠାରୁ ରୋମାଣ୍ଟିକ ଦମ୍ପତି ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇ ନାହିଁ । ଦୀପିକା-ରଣବୀରଙ୍କ ସହ ସୈଫ ଅଲି ଖାନ ଏବଂ କରୀନା କପୁର ମଧ୍ୟ ଏଥିରେ ଯୋଗଦେଇ ନାହାନ୍ତି । ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ଓ ଶିଳ୍ପା ସେଟ୍ଟୀଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗ ଦେବା ପାଇଁ କରାଯାଇନି ନିମନ୍ତ୍ରଣ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami