କଙ୍ଗନା ଲଢ଼ିବେ ୨୦୨୪ ନିର୍ବାଚନ

Above Post Content

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଲଢିବେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ମାତ୍ର କେଉଁଠୁ ଲଢ଼ିବ ତାହା ସ୍ପଷ୍ଟ ହୋଇନାହିଁ । ସେ ବିଜେପି ଆସନରୁ ହିଁ ଲଢ଼ିବ । କେନ୍ଦ୍ରୀୟ ନେତୃମଣ୍ଡଳୀ ଯେଉଁ ଆସନରେ ଟିକେଟ ଦେବେ ସେଠାରୁ ଲଢ଼ିବ । ଅନେକ ଦିନ ଧରି ନୀରବତା ପରେ ଏହା ସ୍ପଷ୍ଟ କରିଛନ୍ତି କଙ୍ଗନାଙ୍କ ବାପା ଅମରଦୀପ ରଣାୱତ୍ । ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପିନଡ୍ଡାଙ୍କୁ କୁଲ୍ଲୁସ୍ଥିତ ତାଙ୍କ ବାସଭବନରେ ଭେଟିଥିଲେ କଙ୍ଗନା । ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାବେଳେ କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଜି ଏହି ଚର୍ଚ୍ଚା ଉପରେ ଏକପ୍ରକାର ପରଦା ହଟିଛି ।

Middle post content

ମାଣ୍ଡି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ ଲଢିପାରନ୍ତି ନିର୍ବାଚନ

After 2nd paragraph post ads

ଗତ ସପ୍ତାହରେ ହିମାଚଳ ପ୍ରବେଶର ବିଳାସପୁରରେ ଆରଏସଏସର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଙ୍ଗନା । ଆରଏସଏସର ବିଚାରଧାରା ତାଙ୍କ ଆଦର୍ଶ ସହ ମେଳ ଖାଉଥିବା କହିଥିଲେ । ମନାଲୀରେ କଙ୍ଗନା ରହୁଥିବାବେଳେ ମାଣ୍ଡିର ମୂଳ ବାସିନ୍ଦା । ତେବେ କଙ୍ଗନା ମାଣ୍ଡି ଲୋକସଭା ଆସନ କିମ୍ବା ଚଣ୍ଡିଗଡ଼ରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏଯାବତ କଙ୍ଗନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପୂର୍ବରୁ ଅନେକଥର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା କଙ୍ଗନା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami