ସବୁ ରୋଲ୍‌ରେ ଦମଦାର ଅଭିନୟ କରନ୍ତି ବଲିଉଡର ଅରୁଣା ଇରାନୀ

Above Post Content

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଅରୁଣା ଇରାନୀ । ୯୦ ଦଶକର ଅଭିନେତ୍ରୀ ଅରୁଣା ନିଜ ଅଭିନୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଥିଲେ । ବଲିଉଡରେ ବହୁତ କମ୍ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ କଳାକୁ ପ୍ରମାଣିତ କରିଛନ୍ତି । ସେଥିମଧ୍ୟରୁ ଅରୁଣା ଅନ୍ୟତମ । ଅରୁଣା ମା, ଭଉଣୀ, ନେଗେଟିଭ୍ ରୋଲ୍ ଭଳି ସବୁ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ତାଙ୍କର ସବୁ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଥିଲେ ।

ବେଟା କରିଥିଲା ବେଶୀ ଲୋକପ୍ରିୟତା

After 2nd paragraph post ads
Middle post content

ଅରୁଣା ୧୯୬୧ ମସିହାରେ ଫିଲ୍ମ ‘ଗଙ୍ଗା ଯମୁନା’ରେ ଶିଶୁ କଳାକାର ଭାବରେ ଦିଲୀପ କୁମାରଙ୍କ ସହ ଅଭିନୟ କରି ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ । ସେତେବେଳକୁ ତାଙ୍କୁ ମାତ୍ର ୯ ବର୍ଷ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍ ପ୍ରଂଶସା ମିଳିଥିଲା । ଏହାପରେ ଅନେକଗୁଡ଼ିଏ ଫିଲ୍ମରେ ଅରୁଣା ଅଭିନୟ କରିବାର ସୁଯୋଗ ପାଇଥିଲେ । ଏକ ସାକ୍ଷାତକାରରେ ଅରୁଣା କହିଥିଲେ ଯେ ୧୯୯୨ରେ ଫିଲ୍ମ ‘ବେଟା’ ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଫିଲ୍ମ ଥିଲା । କାରଣ ଏହି ଫିଲ୍ମ ତାଙ୍କୁ ବେଶୀ ଲୋକପ୍ରିୟ କରିଥିଲା । ଏଥିରେ ଅରୁଣା ନେଗେଟିଭ୍ ରୋଲ୍‌ରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ଅରୁଣା ପରୁସ୍କୃତ ବି ହୋଇଥିଲେ । ଅରୁଣା ୧୯୮୪ରେ ‘ପେଟ’, ପ୍ୟାର୍ ଔର ପାପ୍‌’ ପାଇଁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଥିଲେ । ଏହା ସହିତ ୨୦୧୨ରେ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା ।

ମା’ ନ ହେବାକୁ ନେଇଥିଲେ ନିଷ୍ପତ୍ତି

୧୯୯୦ ମସିହାରେ ଫିଲ୍ମ ନିର୍ଦ୍ଦେଶକ କୁକୁ କୋହଲିଙ୍କୁ ବିବାହ କରିଥିଲେ ଅରୁଣା । ଦୁହିଁଙ୍କ ଏକ ଫିଲ୍ମର ସୁଟିଂ ସେଟ୍‌ରେ ପ୍ରଥମ ସାକ୍ଷାତ ହୋଇଥିଲା । ଏକାଠି କାମ ମଧ୍ୟ କରିଥିଲେ । ସେଟ୍‌ରେ ଦୁହିଁଙ୍କ ମଧ୍ୟରେ ବେଶ୍ ଝଗଡ଼ା ହେଉଥିଲା । କାର୍ହିକି ନା କୁୁକୁ ସବୁବେଳେ ସୁଟିଂ ସେଟକୁ ବିଳମ୍ବରେ ଆସୁଥିଲେ । ତେଣୁ ସେଟ୍‌ରେ ଅରୁଣାଙ୍କୁ ଫିଲ୍ମ ସୁଟିଂ ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । ଯାହାକୁ ନେଇ ଅରୁଣା ବିରକ୍ତ ହେବା ସହ ଝଗଡ଼ା ହେଉଥିଲା । କୁକୁ ତାଙ୍କୁ ବୁଝାଇବାକୁ ଆସୁଥିଲେ । ପରେ ଏହି ଝଗଡ଼ା ପ୍ରେମରେ ପରିଣତ ହୋଇଗଲା ।କୁକୁ ବିବାହିତ ବୋଲି କେବେ କହି ନ ଥିଲେ । ପରେ ଅରୁଣା ଜାଣିବାକୁ ପାଇଥିଲେ ଯେ, କୁକୁ ବିବାହିତ ଓ ତାଙ୍କର ଗୋଟେ ଝିଅ ଅଛି । ସେତେବେଳକୁ କୁକୁଙ୍କ ସହ ସମ୍ପର୍କ ନିବିଡ଼ ହୋଇସାରିଥିଲା । ତାଙ୍କୁ ଛାଡ଼ିବାକୁ ସେ ପ୍ରସ୍ତୁତ ନ ଥିଲେ । କୁକୁ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନ ଦେଇ ଉଭୟଙ୍କ ପତ୍ନୀଙ୍କ ସହ ଭଲ ସମ୍ପର୍କରେ ଥିଲେ । ବିବାହ ପରେ ସେମାନେ କେବେ ବାପା-ମାଆ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ଅରୁଣା ଓ କୁକୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami