ବବିଙ୍କ ନିକଟରେ ରହିିଛି ବହୁୁ ବିଳାସମୟ କାର

Above Post Content

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଆନିମଲ । ଏଥିରେ ଅଭିନେତା ରଣବୀର କପୁର ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ହେଲେ ଏହି ଫିଲ୍ମ ରିଲିଜ୍ ହେବା ପରଠାରୁ ରଣବୀରଙ୍କଠାରୁ ବି ଯଦି କିଏ ବେଶୀ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବବି ଦେଓଲ୍ । ଫିଲ୍ମଟି ଅଭିନେତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସିନେମା ରିଲିଜ୍ ହେବା ପରଠାରୁ ଚାରିଆଡ଼େ ଖାଲି ବବି ଦେଓଲଙ୍କ ଚର୍ଚ୍ଚା ହେଉଛି ।

୮୩ କୋଟି ଟଙ୍କାର ମାଲିକ ହେଉଛନ୍ତି ବବି

After 2nd paragraph post ads
Middle post content

ଚଳଚ୍ଚିତ୍ର, ୱେବ୍ ସିରିଜ୍‌, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ଅନ୍ୟାନ୍ୟ ଉପାୟରେ ଟଙ୍କା ରୋଜଗାର କରି ବିଳାସମୟ ଜୀବନଯାପନ କରନ୍ତି ବବି । ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୪-୬ କୋଟି ଟଙ୍କା ନେଉଥିବା ବେଳେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ପ୍ରାୟ ୧ କୋଟି ଟଙ୍କା ନେଇଥାନ୍ତି । ୨୦୨୩ ମସିହାରେ ବବି ଦେଓଲଙ୍କ ସଂପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୮୩ କୋଟି ଟଙ୍କା ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ତେବେ ବବିଙ୍କ ଚର୍ଚ୍ଚା ବନିବାର ଅନ୍ୟ ଏକ କାରଣ ହେଉଛି ତାଙ୍କର କାର କଲେକ୍ସନ । ସେ ପାଖରେ ଭିନ୍ନ ଭିନ୍ନ କାର ରଖିବାକୁ ପସନ୍ଦ କରିଥାନ୍ତି । ତାଙ୍କ ନିକଟରେ ଅନେକ ସୁନ୍ଦର ଓ ବିଳାସମୟ କାର ସବୁ ରହିଛି । ସେଗୁଡ଼ିକ ମଧ୍ୟରୁ ବଛା ବଛା କେତୋଟି ଗାଡ଼ି ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି ।

କଲେକ୍ସନ ଭିତରେ ରହିଛି ଏସବୁ ଦାମୀ କାର

ବବି ଦେଓଲଙ୍କ ନିକଟରେ ରହିଛି ପୋର୍ସ କରେରା କାର । ତାଙ୍କ ପାଖରେ ଥିବା ସବୁ ଗାଡ଼ିଗୁଡ଼ିକ ଭିତରୁ ଏହା ହେଉଛି ସବୁଠାରୁ ଦାମୀ । ଏହାର ଦାମ୍ ହେଉଛି ୩.୮୫ କୋଟି ଟଙ୍କା । ସେହିପରି ବବିଙ୍କ ପାଖରେ ଥିବା ଆଉ ଗୋଟେ ଦାମୀ କାର ହେଉଛି ଲାମ୍ରୋଗିନି ମର୍ସିଏଲଗୋ । ଏହି କାର ଦାମ ହେଉଛି ୨.୭ କୋଟି ଟଙ୍କା । ବବିଙ୍କ ନିକଟରେ ଥିବା ଏହି ମଡେଲ୍ ଗାଡ଼ିର ରଂଗ ହଳଦିଆ । ସେ ଏହାକୁ ଗତ କିଛି ମାସ ହେବ ସେ ବିଭିନ୍ନ ସ୍ଥାନକୁ ନେଇ ଯାଉଥବାର ଦେଖିବାକୁ ମିଳୁଛି । ତାଙ୍କର ପ୍ରଥମ କାର ହେଉଛି ମର୍ସିଡିଜ୍‌-ବେଞ୍ଜ୍‌-ଏସ୍‌-କ୍ଲାସ୍ ଏହାର ଦାମ ହେଉଛି ୨.୫ କୋଟି ଟଙ୍କା । ବବିଙ୍କ କାର କଲେକ୍ସନ ମଧ୍ୟରେ ରହିଛି ରେଞ୍ଜ ରୋଭର ସ୍ପୋଟ୍‌ସ । ଏହାର ଦାମ ହେଉଛି ୨ କୋଟି ଟଙ୍କା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami