ସମ୍ବଲପୁରରେ ଜୋରସୋରରେ ଚାଲିଛି ପ୍ରଣବଙ୍କ ପ୍ରଚାର

Above Post Content

ସମ୍ବଲପୁର: ସମ୍ବଲପୁରରେ ଜୋରସୋରରେ ଚାଲିଛି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାର । ସକାଳୁ ସକାଳୁ ତାଳବ ସମେଲେଇ ମନ୍ଦିରରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ପ୍ରଣବ । ଶହଶହ କର୍ମୀ ଓ ଜନସାଧାରଣଙ୍କ ସହ ବିଶାଳ ପଦଯାତ୍ରାରେ ଯାଇ ସେ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ଲେଶକେ ପ୍ରଣବଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ପୁରା ପରିବେଶ ବାଜାବାଣରେ ପ୍ରକମ୍ପିତ ହୋଇ ଉଠିଥିଲା । ଏହାପରେ ପ୍ରଣବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ।

ଚାଷୀଙ୍କ ସମସ୍ୟା ସମାଧାନ ନେଇ ଦେଲେ ପ୍ରତିଶ୍ରୁତି

After 2nd paragraph post ads
Middle post content

ନିର୍ବାଚନ ପାଇଁ ମାଆଙ୍କଠାରୁ ଆଶିଷ ନେଇ ଲୋକଙ୍କ ପାଖକୁ ଯାଇଥିଲେ ପ୍ରଣବ । ଘର ଘର ବୁଲି ଲୋକଙ୍କ ନିକଟତର ହୋଇ ନିର୍ବାଚନ ପାଇଁ ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରଣବ । ସବୁ ବର୍ଗର ଲୋକ ପ୍ରଣବଙ୍କୁ ପାଛୋଟି ନେବା ସହ ମହିଳାମାନେ ଫୁଲ ପକାଇ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ହଜାର ହଜାର ଲୋକଙ୍କ ଉପସ୍ଥିତି ପ୍ରଣବଙ୍କ ପ୍ରତି ସମ୍ବଲପୁରର ଭଲପାଇବାକୁ ପ୍ରତିପାଦିତ କରୁଥିଲା । ସାହି ସାହି ବୁଲିବା ସହ ଗାଁ କୋଠ ଘରେ ପ୍ରଣବ ବସି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଖାସ୍ କରି ଚାଷୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରଣବ ପ୍ରତିଶୃତି ଦେଇଥିଲେ । ଏହାପରେ ମାଆମାନଙ୍କୁ ଭେଟି ସୁବିଧାଅସୁବିଧା ପଚାରି ବୁଝିଥିଲେ ପ୍ରଣବ ।

ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି

ପ୍ରଣବ କହିଛନ୍ତି, ସମ୍ବଲପୁରର ଆଦର ମୋତେ ଅବିଭୂତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ବଲପୁରବାସୀ ଗ୍ରହଣ କରି ସମର୍ଥନ ଅଜାଡ଼ି ଦେଉଛନ୍ତି । ଲୋକଙ୍କ ମଧ୍‌୍ୟରେ ଉତ୍ସାହ ରହିଛି । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଉଚିତ ସମ୍ମାନ ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ପ୍ରଣବ । ଗତକାଲି ପ୍ରଣବ ଛେଣ୍ଡିପଦା ଓ ଆଠମଲ୍ଲିକ ନିର୍ବାଚନ ମଣ୍ଡଳିରେ ତାଙ୍କର ପ୍ରଚାର କରିଥିଲେ । ପୂର୍ବରୁ ମଧ୍ୟ ସେ ଦେବଗଡ଼ ବିଧାନସଭା କ୍ଷେତ୍ରରେ ପ୍ରଚାର କରିଥିଲେ । ସବୁଠାରେ ପ୍ରଣବଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯିବା ସହ ବିପୁଳ ଜନସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami