ପାରିବାରିକ କଳିକୁ ନେଇ ଥାନାକୁ ଗଲେ ବିଭୁକିଶୋର ଓ ତାଙ୍କ ପତ୍ନୀ

Above Post Content

ଭୁବନେଶ୍ୱର: ଥାନାରେ ପହଞ୍ଚିିଲା ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି । ପ୍ରସିଦ୍ଧ କଣ୍ଠଶିଳ୍ପୀ ବିଭୁକିଶୋର,ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସ ଓ ଜଣାଶୁଣା କଣ୍ଠଶିଳ୍ପୀ ପମି ହେଲେ ଖାରବେଳନଗର ଥାନାର ଦ୍ୱାରସ୍ଥ । ବିଭୁକିଶୋର ଓ ତାଙ୍କ ପତ୍ନୀ ବିଭୁଙ୍କ ବଡ଼ ଭାଇ ପିଉସ ଦାସଙ୍କ ବିରୋଧରେ ଆଣିଛନ୍ତି ଅଭିଯୋଗ ।

Middle post content

ବିଭୁଙ୍କ ବଡ଼ ଭାଇଙ୍କ ବିରୋଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ

After 2nd paragraph post ads

ବିଭୁକିଶୋରଙ୍କ ଘରେ ଭଡ଼ା ରୁହନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ପମି । ପମି ତାଙ୍କ ଘରେ ସିସିଟିଭି ଲଗାଉଥିବା ବେଳେ ବିଭୁକିଶୋରଙ୍କ ବଡ଼ ଭାଇ ପିୟୂସ ଘଟଣାସ୍ଥଳକୁ ଆସି ପାଟିତୁଣ୍ଡ କରିଥିଲେ । ଏମିତି କି ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଛନ୍ତି । ସେ ବିଭୁଙ୍କ ପତ୍ନୀ ତଥା ଅଭିନେତ୍ରୀ ରାଖୀ ଦାସଙ୍କୁ ବି ଆକ୍ରମଣ କରିଛନ୍ତି । ଜମି ଓ ଘର ବିବାଦକୁ ନେଇ ଏଭଳି କରିଥିବା ନେଇ କହିଛନ୍ତି ବିଭୁକିଶୋର ଙ୍କ ପତ୍ନୀ ରାଖୀ ଦାସ । ସେପଟେ ନିଜ ମା’ଙ୍କୁ ମଧ୍ୟ ଛାଡି ନାହାନ୍ତି ବିଭୁ କିଶୋରଙ୍କ ଭାଇ । ମା’ଙ୍କ ଉପରେ ଆକ୍ରମଣ ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି । ବଡ଼ ଝିଅ ପ୍ରରୋଚନାରେ ଘର ହଡ଼ପ କରିବା ପାଇଁ ପିୟୁସ ଦାସ ଏଭଳି କାମ କର ଥିବା କହିଛନ୍ତି ତାଙ୍କ ମା । ପରେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami