ବ୍ରେକ୍‌-ଅପ୍ ଚର୍ଚ୍ଚା ଭିତରେ ପୁଣି ଥରେ ନଜର ଆସିଲେ ମଲାଇକା-ଅର୍ଜୁନ

Above Post Content

ମୁମ୍ବାଇ: ବ୍ରେକ୍‌-ଅପ୍ ଚର୍ଚ୍ଚା ଭିତରେ ପୁଣି ଥରେ ଏକତ୍ର ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା ଓ ଅର୍ଜୁନ କପୁର । ଉଭୟଙ୍କୁ ଶୁକ୍ରବାର ରାତିରେ ନିଜ କାର ଭିତରେ ପୁଣି ଥର ଏକତ୍ର ଯାତ୍ରା କରୁଥିବାର ଦେଖିବାକୁ ମିଳିଛି । ଘରକୁ ଫେରୁଥିବା ବେଳେ ଅର୍ଜୁନ ମଲାଇକାଙ୍କୁ ତାଙ୍କ ବାସଭବନରେ ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି । ଉଭୟ କାର ଭିତରେ ଥିବା ବେଳେ ପାପାରାଜିମାନେ ଫଟୋ ଉଠାଉଥିବା ଦେଖି ମଲ୍ଲାଇକା ମୁହଁ ବୁଲାଇ ଦେଇଥିଲେ । ତଥାପି ପାପାରାଜିମାନେ କାର ଭିତରୁ ସେମାନଙ୍କର ଫଟୋ ଉଠାଇବାରେ ସଫଳ ହୋଇଥିଲେ । ଏହାର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବା ସହ ଚର୍ଚ୍ଚା ବି ହେଉଛି । ଏହି ସମୟରେ ମଲାଇକା ଏକ ଧଳା ଟପ୍ ଏବଂ ପ୍ୟାଣ୍ଟ ପିନ୍ଧିଥବା ବେଳେ କେଶକୁ ଖୋଲା ରଖିଥିଲେ । ସେହିପରି ଅର୍ଜୁନ ସୁଟ୍ ପିନ୍ଧିଥିଲେ ।

Middle post content

ବ୍ରେକଅପ୍ ଚର୍ଚ୍ଚା ଉପରେ ପଡ଼ିଛି ପୂର୍ଣ୍ଣଛେଦ

After 2nd paragraph post ads

କିଛି ମାସ ହେଲାଣି ଅର୍ଜୁନ ଏବଂ ମଲାଇକାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁ ନ ଥିଲା । ଜାନୁଆରିରେ ଏକ ବନ୍ଧୁଙ୍କ ବିବାହରେ ଅର୍ଜୁନ ଏବଂ ମଲାଇକାଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ସେମାନେ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହାର ଫଟୋ ବି ସେୟାର କରିଥିଲେ । ଏହି ଦମ୍ପତି ସେମାନଙ୍କ ବନ୍ଧୁ, ଫଟୋଗ୍ରାଫର କରିସ୍ମା କରମଚାନ୍ଦାନୀଙ୍କ ବିବାହ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହାପରଠାରୁ ଉଭୟ ଏକାଠି ନଜର ଆସୁ ନ ଥିଲେ । ସେମାନଙ୍କ ଭିତରେ ବ୍ରେକ୍‌ଅପ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ହେଲେ ଏବେ ସେମାନଙ୍କୁ ଏକତ୍ର ଦେଖିବା ପରେ ସେ କଥା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ନିକଟ ଅତୀତରେ ଯେତେବେଳେ ଅର୍ଜୁନଙ୍କୁ ମଲାଇକାଙ୍କୁ ବିବାହ କରିବ ବିଷୟରେ ପଚରା ଯାଇଥିଲା ତ ସେ କହିଥିଲେ, ମୁଁ ବର୍ତ୍ତମାନ ବିଶେଷ କିଛି କହିବାକୁ ଚାହେଁ ନାହିଁ । କାରଣ ମୁଁ ଭାବୁଛି ଏହା ବିଷୟରେ ଏକାକୀ କଥାବାର୍ତ୍ତା କରିବା ଅନ୍ୟାୟ ଅଟେ । ମଲାଇକା ଆରୋରା ଏବଂ ଅର୍ଜୁନ କପୁର ୫ ବର୍ଷରୁ ଅଧିକ ସମୟ ଧରି ଡେଟିଂ କରୁଛନ୍ତି । ସେମାନେ ୨୦୧୮ରେ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ଅର୍ଜୁନଙ୍କ ଜନ୍ମଦିନରେ ଏହାକୁ ୨୦୧୯ରେ ଇନଷ୍ଟାଗ୍ରାମ ଅଫିସିଆଲ୍ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami