ସ୍ତ୍ରୀଙ୍କୁ ଛାଡ଼ପତ୍ର, ପ୍ରେମିକାଙ୍କୁ ଛାଡ଼ିବା ପରେ ବିବାହ କରିବେ ଅରବାଜ୍‌

Above Post Content

ମୁମ୍ୱାଇ: ବଲିଉଡ ଅଭିନେତା ଅରବାଜ ଖାନ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ସେ ତାଙ୍କର କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନୂଆ ପ୍ରେମ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ବ୍ରେକ୍‌ଅପ୍ ପରେ ସେ ଆଉ ଜଣଙ୍କ ପ୍ରେମରେ ପଡ଼ିଛନ୍ତି । ସ୍ତ୍ରୀଙ୍କୁ ଛାଡ଼ପତ୍ର, ପ୍ରେମିକାଙ୍କୁ ଛାଡ଼ିବା ପରେ ମେକଅପ ଆର୍ଟିଷ୍ଟ ଶୌର ଖାନ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି ଅରବାଜ । ଏଇକିଛି ଦିନ ହେବ ଅରବାଜଙ୍କ ବିବାହ ଖବର ଚର୍ଚ୍ଚାରେ ଅଛି । ସେ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ଡେଟ କରୁଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି । ଦୁହିଁଙ୍କ ବିବାହ ଆସନ୍ତା ୨୪ ତାରିଖରେ ହେବ ବୋଲି ସ୍ଥିର ହୋଇଛି । ଏହି ବିବାହରେ କେବଳ ଅରବାଜ ଓ ଶୌରଙ୍କ ପରିବାର ସଦସ୍ୟ ଏବଂ କିଛି ଖାସ ବନ୍ଧୁମାନେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । ୫୬ବର୍ଷ ବୟସରେ ଅରବାଜଙ୍କ ବିବାହ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ଖୁସି ହୋଇଯାଇଛନ୍ତି । ‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଏବଂ ଅରବାଜଙ୍କ ଦେଖା ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

Middle post content

୨୪ରେ ବିବାହ କରିବେ ଅରବାଜ୍‌

After 2nd paragraph post ads

୧୯୯୮ରେ ଆରମ୍ଭ ହୋଇଥିଲା ଅରବାଜ ଖାନ ଏବଂ ମଲାଇକାଙ୍କ ପ୍ରେମ କାହାଣୀ । ବିବାହର ୧୯ ବର୍ଷ ପରେ ମଲାଇକା ଓ ଅରବାଜଙ୍କର ଛାଡ଼ପତ୍ର ହୋଇଯାଇଥିଲା । ମଲାଇକାଙ୍କ ଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ । କିଛିଦିନର ଡେଟ ପରେ ଅରବାଜ ଏବଂ ଜର୍ଜିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହାପରେ ଦୁହେଁ ଅଲଗା ହୋଇଯାଇଥିଲେ । ନିକଟରେ ଏକ ସାକ୍ଷାତକାରରେ ଜର୍ଜିଆ ତାଙ୍କର ଏବଂ ଅରବାଜଙ୍କ ବ୍ରେକଅପ୍ ବିଷୟରେ ଖୋଲି କରି କହିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami