ବିବାହ ବନ୍ଧନରେ ବାନ୍ଧିହେଲେ ଅରବାଜ ଖାନ୍‌

Above Post Content

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ୍ ଅଭିନେତା ତଥା ପ୍ରଡ୍ୟୁସର ଅରବାଜ ଖାନ । ସେ ମେକଅପ୍ ଆର୍ଟିଷ୍ଟ ଶୁରା ଖାନଙ୍କୁ ବିବାହ କରିଛନ୍ତିି । ଅରବାଜଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଘରେ ଏହି ଦମ୍ପତି ନିରାଡ଼ମ୍ବର ଭାବରେ ବିବାହ କରିଛନ୍ତି । ବିବାହରେ କେବଳ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ଉପସ୍ଥିତ ଥିଲେ । କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଅନେକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ବଲିଉଡ଼ ଭାଇଜାନ ସଲମାନ ଭାଇବୋହୂ ସୁରାଙ୍କ ସହ ନାଚୁଥିବାର ନଜର ଆସିଛନ୍ତି । ସଲମାନ ଧୂସର ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧି ଭାଇ ଅରବାଜଙ୍କ ବିବାହରେ ପହଞ୍ଚିଥିଲେ । ସଲମାନ ଭାଇବୋହୂ ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କ ସହ ‘ଦିଲ ଦିୟାଁ ଗାଲାଁ’ରେ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ । ଏବେ ସଲମାନ ଖାନଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ସେହିପରି ଅନେକ ସେଲିବ୍ରିଟି ଅର୍ପିତାଙ୍କ ଘରକୁ ଯାଉଥିବା ମଧ୍ୟ ଭିଡ଼ିଓରେ ଦେଖିବାକୁ ମିଳିଛି । ସେପଟେ ଶୁରା ଖାନଙ୍କ ଘନିଷ୍ଠ ବାନ୍ଧବୀ ରବିନା ଟଣ୍ଡନ ନିଜ ଝିଅ ରାଶା ସହ ବିବାହ ଉତ୍ସବକୁ ଆସି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Middle post content

ମଲାଇକାଙ୍କୁ ପ୍ରଥମ ବିବାହ କରିଥିଲେ ଅରବାଜ

After 2nd paragraph post ads

ଅରବାଜ ତାଙ୍କର ନୂଆ ଫିଲ୍ମ ‘ପଟନା ଶୁକ୍ଳା’ର ସୁଟିଂ ସମୟରେ ଶୁରାଙ୍କୁ ଭେଟିଥିଲେ । ଶୁରା ବଲିଉଡ୍‌ର ଜଣେ ମେକ୍‌-ଅପ୍ ଆର୍ଟିଷ୍ଟ ଭାବେ କାମ କରନ୍ତି । ବହୁଦିନରୁ ସେମାନଙ୍କ ମଧ୍ୟରେ ଡେଟିଂ ଚାଲିଥିଲା । ଅରବାଜ ଶୁରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଅଭିନେତା ପୂର୍ବରୁ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ । ୨୦୧୭ ମେ ୧୧ ତାରିଖରେ ସେମାନଙ୍କର ଆନୁଷ୍ଠାନିକ ବିବାହ ବିଚ୍ଛେଦ ହୋଇଥିଲା । ୧୯ ବର୍ଷ ତଳେ ୧୯୯୮ ମସିହାରେ ସେମାନଙ୍କର ବିବାହ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami