ଅଯୋଧ୍ୟାରେ ଲୁଚିକି ରାମଲଲାଙ୍କ ଦର୍ଶନ କଲେ ଅନୁପମ ଖେର

Above Post Content

ମୁମ୍ବାଇ: ରାମଲଲାଙ୍କୁ ଦର୍ଶନ କରିଥିଲି । ହେଲେ ମନ ଭରି ନ ଥିଲା । ରାମଲଲାଙ୍କୁ ପୁଣି ଦେଖିବାକୁ ଇଛା ହେଲା । ଏତେ ଭିଡ଼ ଥିଲା ଯେ ପୁଣି ଥରେ ଯିବା ସମ୍ଭବ ନ ଥିଲା । ରାମଲଲାଙ୍କ ମୁହଁ ମୋତେ ଏମିତି ଆକୃଷ୍ଟ କଲା ଯେ, ନିଜକୁ ରୋକିପାରିଲି ନାହିଁ । ଆଉଟିକେ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ରେ ମୁହଁରେ ସାଲ୍ ଘୋଡ଼ାଇ ପଶିଥିଲି । ଠେଲାପେଲା ଭିତରେ ରାମଲଲାଙ୍କୁ ଦର୍ଶନ ବି କଲି । ଏମିତି କିଛି କହି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ବଲିଉଡ଼ ଅଭିନେତା ଅନୁପମ୍ ଖେର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ସାଧାରଣ ଲୋକଙ୍କ ଭିଡ଼ରେ ପଶି କରିଲେ ଦର୍ଶନ

After 2nd paragraph post ads
Middle post content

ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛିି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂଜାପାଠ କରି ଏହାକୁ ପ୍ରତିଷ୍ଠା କରିଥିଲେ । ଏହି ଉତ୍ସବରେ ବଲିଉଡ, ଟଲିଉଡ, ଖେଳଜଗତ ଓ ବଡ଼ବଡ଼ ବ୍ୟବସାୟୀଙ୍କ ସମତେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ପ୍ରାଣପ୍ରତିଷ୍ଠା ଭଳି ଭବ୍ୟ ଉତ୍ସବର ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ଅଯୋଧ୍ୟାରେ ପହଞ୍ଚିଥିଲେ ବଲିଉଡ଼ ଅଭିନେତା ଅନୁପମ ଖେର । ରାମଲଲ୍ଲାଙ୍କ ଦର୍ଶନ ବି କରିଥିଲେ । କିନ୍ତୁ ଏଥିରେ ତାଙ୍କ ମନ ଭରି ନଥିଲା ।

ରାମଲଲାଙ୍କୁ ଦୁଇ ଥର ଦର୍ଶନ କରି ଆତ୍ମାଶାନ୍ତି

ତାହାପରଦିନ ସାଧାରଣ ଲୋକଙ୍କ ଭିଡ଼ ଭିତରେ ପ୍ରବେଶ କରି ରାମଲଲ୍ଲାଙ୍କ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ଯେମିତି କେହି ନ ଚିହ୍ନନ୍ତୁ ସେଥିପାଇଁ ସେ ମୁଣ୍ଡରେ ଟୋପି, ମୁହଁରେ ସାଲ ଘୋଡାଇ ହୋଇଯାଇଥିଲେ । ମନ୍ଦିରରେ ଲୋକଙ୍କ ନଜରରୁ ଲୁଚି ପ୍ରବେଶ କରିବା ସମୟରେ ଅନୁପମ ଭିଡିଓ ବି ରେକର୍ଡ କରିଥିଲେ । ଏହି ରେକର୍ଡକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପସନ ଦେଇ ଲେଖିଛନ୍ତି, ଦେଖନ୍ତୁ କାଲି ମୁଁ ନିମନ୍ତ୍ରିତ ଅତିଥି ଭାବେ ରାମଙ୍କ ମନ୍ଦିରରେ ପ୍ରବେଶ କରିଥିଲି । ଆଜି ମୁଁ ସାଧାରଣଲୋକଙ୍କ ଗହଳି ଭିତର ଦେଇ ମନ୍ଦିରକୁ ଯାଉଛି । ଦୁଇଦୁଇଥର ରାମଲଲ୍ଲାଙ୍କ ଦର୍ଶନ ପାଇ ଆତ୍ମାଶାନ୍ତି ହୋଇଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami