ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସିଖବର ଦେଲେ ଅନୁପମ

Above Post Content

ମୁମ୍ବାଇ : ଜନ୍ମଦିନରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ବଲିଉଡର ବରିଷ୍ଠ ଅଭିନେତା ଅନୁପମ ଖେର । ଏହି ବିଶେଷ ଦିନରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ପ୍ରଶଂସଙ୍କୁ ଖୁସି ଖବର ଦେଇଛନ୍ତି । ଖୁବ୍‌ଶୀଘ୍ର ସେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

Middle post content

ମହାଶିବରାତ୍ରିରେ ଆରମ୍ଭ କଲେ ସୁଟିଂ

After 2nd paragraph post ads

ଅଭିନେତା ସେୟାର କରିଥିବା ଭିଡିଓରେ କହିଛନ୍ତି ଯେ, ସେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଭିଡିଓରେ ଅନୁପମ ତାଙ୍କ ମା’ଙ୍କ ସହିତ ପୂଜା ଘରେ ବାପାଙ୍କ ଫଟୋ ସାମ୍ନାରେ ଠିଆ ହୋଇ ‘ତାନଭି ଦି ଗ୍ରେଟ୍‌’ ନାମକ ଚଳଚ୍ଚିତ୍ରର ସେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି । ଭିଡିଓର କ୍ୟାପସନରେ ଅନୁପମ ଲେଖିଛନ୍ତି, ‘ତାନଭି ଦି ଗ୍ରେଟ୍‌’ ସିନେମା ନାମକୁ ମୋର ଜନ୍ମଦିନରେ ଘୋଷଣା କରି ଗର୍ବ ଅନୁଭବ କରୁଛି । ନିଜକୁ ଚ୍ୟାଲେଞ୍ଜ କରିବା ପାଇଁ ଜନ୍ମଦିନ ହେଉଛି ସର୍ବୋତ୍ତମ ଦିନ । ଏହି ସିନେମାକୁ ମୁଁ ନିର୍ଦ୍ଦେଶନା ଦେବାକୁ ନିଷ୍ପତ୍ତି ନେଇଛି । ତିନିବର୍ଷ ଧରି ଏହା ଉପରେ କାମ କରିବାପରେ ସିନେମାର ସୁଟିଂ ଆରମ୍ଭ ପାଇଁ ଶୁଭ ଦିନ ଭାବେ ମହାଶିବରାତ୍ରୀ ପଡ଼ୁଥିବା ମାର୍ଚ୍ଚ ୮ ତାରିଖକୁ ଚୟନ କରିଛି । ମୋତେ ଆପଣମାନଙ୍କ ସ୍ନେହ, ଶୁଭେଚ୍ଛା ଏବଂ ଆଶୀର୍ବାଦ ଲୋଡା । ଓମ୍ ନାମଃ ଶିବାୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami