ବୃଦ୍ଧଙ୍କ ଠାରୁ ୪୦୦ ଟଙ୍କାରେ ପାନିଆ କିଣିଲେ ଅନୁପମ ଖେର

Above Post Content

ନୂଆଦିଲ୍ଲୀ: ବଲିଉଡ଼ର ସବୁ ଅଭିନେତାଅଭିନେତ୍ରୀଙ୍କଠାରୁ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟ ବେଶୀ ଆକ୍ଟିଭ୍ ରୁହନ୍ତି ଅଭିନେତା ଅନୁପମ ଖେର । ପ୍ରତ୍ୟେକ ଦିନ ସେ କିଛି ନା କିଛି ଭିଡ଼ିଓ ସେୟାର କରି ସଚେତତନା ବାର୍ତ୍ତା ଦେଇଥାନ୍ତି । ନିକଟରେ ସେ ଏଭଳି ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହା ସମସ୍ତଙ୍କ ହୃଦୟକୁ ଖୁବ ଛୁଇଁଛି । ଅନୁପମ ରାସ୍ତା କଡ଼ରୁ ଜଣେ ବୃଦ୍ଧଙ୍କଠାରୁ ୪୦୦ ଟଙ୍କା ଦେଇ ପାନିଆ କିଣିଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Middle post content

ହୃଦୟକୁ ଛୁଇଁଲା ଭାଇରାଲ ଭିଡ଼ିଓ

After 2nd paragraph post ads

ନିଜର ଦମଦାର ଆକ୍ଟିଂ ପାଇଁ ସବୁବେଳେ ପ୍ରଶଂସା ସାଉଁଟିଛନ୍ତି ବଲିଉଡ ଅଭିନେତା ଅନୁପମ ଖେର । ପରଦାରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁଥାଏ । ଏହାସହିତ ଦର୍ଶକଙ୍କ ସହ ଯୋଡି ହୋଇ ରହିବାକୁ ଅନୁପମ ଖେର ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଭିଡ଼ିଓ ବାର୍ତ୍ତା ସେୟାର କରିଥାନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ମୁମ୍ବାଇର ଏକ ରାସ୍ତାରେ ଅନୁପମ ଖେର କାରରେ ଯାଉଥିଲେ । ବାଟରେ ଜଣେ ବୃଦ୍ଧଙ୍କୁ ପାନିଆ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ସେଠାରେ ସେ ଅଟକି ଯାଇ ବୃଦ୍ଧଙ୍କ ସହ କଥାବାର୍ତ୍ତା କରିଥିଲେ । ବୃଦ୍ଧ ଜଣଙ୍କ ପାନିଆ ବିକ୍ରି କରୁଥିବା ବେଳେ ଅନୁପମ ଖେର ତାଙ୍କ ଠାରୁ ୪୦୦ ଟଙ୍କା ଦେଇ ପାନିଆ କିଣିଛନ୍ତି । ସେ ଚନ୍ଦା, ପାନିଆ ତାଙ୍କର କୌଣସି ଆବଶ୍ୟକ ନଥିବା କହିଥିଲେ । ହେଲେ ବୃଦ୍ଧଙ୍କର କିଛି ବିକ୍ରି ହୋଇ ନ ଥିବାରୁ ୪ଶହ ଟଙ୍କା ଦେଇ ପାନିଆ କିଣି ନେଇଥିଲେ ଅନୁପମ । ଏହା ପରେ ବୃଦ୍ଧଙ୍କ ମୁହଁରେ ହସ ଦେଖି ଖୁସି ହୋଇଥିଲେ । ବୃଦ୍ଧଙ୍କ ନାମ ରାଜୁ । ସେଦିନ ରାଜୁଙ୍କ ଜନ୍ମଦିନ ଥିବାରୁ ଅନୁପମ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ଇନଷ୍ଟାଗ୍ରାମରେ ଭିଡ଼ିଓ ପୋଷ୍ଟ କରି ଅନୁପମ ଲେଖିଛନ୍ତି ଯଦି କେହି କେବେ ଏହି ବୃଦ୍ଧଙ୍କୁ ବାଟରେ ଭେଟନ୍ତି ତେବେ ପାନିଆ ନିଶ୍ଚିିତ କିଣିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami