ନାତିଙ୍କୁ ଝୁରୁଛନ୍ତି ଅନୀଲ, ଫଟୋ କଲେ ସେୟାର

Above Post Content

ମୁମ୍ବାଇ: ନିଜ ନାତିଙ୍କୁ ଝୁରୁଛନ୍ତି ବଲିଉଡ଼ ଅଭିନେତା ଅନୀଲ କପୁର । ନାତିଙ୍କୁ ମନେ ପକାଇ ସେ ନାତି ବାୟୁଙ୍କ ସହ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଆଉ ଏମିତି କିଛି ଲେଖିଛନ୍ତି, ଯାହାକୁ ଲୋକେ ଖୁବ ପସନ୍ଦ କରିଛନ୍ତି । ଏହି ଦୁଇଟି ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଉ ସବୁଠୁ ବଡ଼ କଥା ସେୟାର କରିଥିବା ଦୁଇଟି ଯାକ ଫଟୋରେ ଅନୀଲ ସବୁଥର ପରି ଏଥର ମଧ୍ୟ ନିଜ ପ୍ରିୟ ନାତିଙ୍କ ଚେହେରା ଦେଖାଇ ନାହାନ୍ତି ।

ନାତିଙ୍କ ଚେହେରା ଦେଖାଇ ନାହାନ୍ତି

After 2nd paragraph post ads
Middle post content

ସେୟାର ହୋଇଥିବା ପ୍ରଥମ ଫଟୋରେ ଅନିଲ ସୋଫା ଉପରେ ବାୟୁ ସହିତ ବସିଥିବାର ଦେଖିବାକୁ ମଳିଛି ଏବଂ ବାୟୁଙ୍କ ମୁହଁ ଏକ କଳା ଟୋପିରେ ଘୋଡ଼େଇ ହୋଇଛି । ସେହିପରି ଦ୍ୱିତୀୟ ଫଟୋରେ ଅନିଲ ବାୟୁଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ଏହି ସମୟରେ ସୋନମ ମଧ୍ୟ ପାଖରେ ଅଛନ୍ତି । ଏଥିରେ କ୍ୟାପଶନ ଲେଖିଛନ୍ତି, କୌଣସି ବିତର୍କ ନାହିଁ, ବାୟୁ ଏହି ଟୋପି ଭଲ ଭାବରେ ପିନ୍ଧନ୍ତି । .. ବସ୍ ବାବି … ମିସିଙ୍ଗ ବାୟୁ । ବାପାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ସୋନମ କପୁର ଲେଖିଛନ୍ତି, ଅଜା ବାୟୁ ତୁମକୁ ଏବଂ ତୁମର ଟୋପି ମଧ୍ୟ ବହୁତ ମିସ୍ କରୁଛି ।

ପ୍ରତି ସନ୍ଧ୍ୟାରେ ନାତି ସହ ଖେଳନ୍ତି ଅନୀଲ

ସୋନମ ଗତ ବର୍ଷ ପୁଅ ବାୟୁଙ୍କୁ ଜନ୍ମ ଦେଇଥିଲେ । ତିନିମାସ ପୂର୍ବେ ଅର୍ଥାତ୍ ଅଗଷ୍ଟରେ ପୁଅର ପ୍ରଥମ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନ କରିଥିଲେ । ଏହି ବିଶେଷ ଉତ୍ସବରେ ଆହୁଜା ଏବଂ କପୁର ପରିବାରର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । ସୋନମଙ୍କ ପୁଅ ହେବା ପରେ ସେ ଅନୀଲଙ୍କ ପାଖରେ ରହୁଥିଲେ । ଅନୀଲ ଯେଉଁଠି ସୁଟିଂ କରୁଥିଲେ ବି ପ୍ରତ୍ୟେକ ଦିନ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିଥାନ୍ତି । ସନ୍ଧ୍ୟାରେ ନାତିକୁ ସମୟ ଦେଇଥାନ୍ତି । ତାକୁ ଧରି ବୁଲିବା ସହ ଖେଳିଥାନ୍ତି । ଏବେ ସୋନମ ତାଙ୍କ ଶାଶୁଘରକୁ ଚାଲି ଯାଇଥିବାରୁ ଅନୀଲ ପୁରା ଏକା ଏକା ଅନୁଭବ କରୁଛନ୍ତି । ତେଣୁ ସେ ଏପରି ନାତିର ଫଟୋ ସେୟାର କରିଥିବା ନେଇ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami