ଏଥର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଅନୀଲ କପୁର

Above Post Content

ମୁମ୍ବାଇ: ନିକଟରେ ବଲିଉଡ ଜଗତରେ ସୁନ୍ଦର ପ୍ରଦର୍ଶନ କରିଛି ‘ଆନିମଲ’ ଏବଂ ‘ଫାଇଟର’ ଭଳି ସିନେମା । ଉଭୟ ଚଳଚ୍ଚିତ୍ରରେ ଭେଟେରାନ ଆକ୍ଟର ଅନୀଲ କପୁରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ତେଣୁ ଅନୀଲଙ୍କ ଫ୍ରଶଂସକ ଏବେ ତାଙ୍କର ପରବର୍ତ୍ତୀ ସିନେମାକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ଆସନରେ ବସି ସେ ଜନତାଙ୍କ ସେବା କରିବା ପାଇଁ ଯାଉଛନ୍ତି ବୋଲି ସିନେ ଜଗତରେ ଚର୍ଚ୍ଚା ହେଉଛି ।

Middle post content

‘ନାୟକ-୨’ ରେ ଅଭିନେତାଙ୍କୁ ମିଳିପାରେ ବଡ଼ ସୁଯୋଗ

After 2nd paragraph post ads

ଦୀର୍ଘ ୨୩ ବର୍ଷ ପରେ ପଲିଟିକାଲ ଥ୍ରୀଲର ମୁଭି ‘ନାୟକ’ର ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଛି । ଏହି ସିନେମାରେ ଅନୀଲ କପୁର, ଅମରେଶ ପୁରୀ ଏବଂ ରାଣୀ ମୁଖାର୍ଜୀଙ୍କ ଦମଦାର ଅଭିନୟ ଦର୍ଶକଙ୍କ ହୃଦୟ ଜିତି ପାରିଥିଲା । ତେବେ ବର୍ତ୍ତମାନ ସିଦ୍ଧାର୍ଥ ଆଣ୍ଡ ମମତା ଆନନ୍ଦଙ୍କ ବ୍ୟାନରରେ ଏହାର ଏକ ସିକ୍ୱେଲ ପ୍ରସ୍ତୁତ ହେବାକୁ ଯାଉଛି । ‘ନାୟକ’ ପରି ଏହି ସିନେମା ମଧ୍ୟ ରାଜନୀତିକୁ ଅଧାର କରି ପ୍ରସ୍ତୁତ କରାଯିବ । ଏହି ଚଳଚ୍ଚିତ୍ରର ଦ୍ୱିତୀୟ ପାର୍ଟ ନିର୍ମାଣ କରିବା ପାଇଁ ଦୀର୍ଘ ଦିନରୁ ଯୋଜନା କରୁଥିଲେ ନିର୍ମାତା । କିନ୍ତୁ ଏବେ ଏଥିପାଇଁ ମିଲନ ଏବଂ ରଜତ ଯୋଡ଼ିଙ୍କୁ ମଧ୍ୟ ପାଖରେ ପାଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ତେବେ ଏହି ସିନେମାରେ ଅନେକ ବଡ଼ ବଡ଼ କଳାକାରଙ୍କ ଏଣ୍ଟ୍ରି କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଅନୀଲ କପୁରଙ୍କ ଚରିତ୍ର ପାଇଁ କୌଣସି ଅପଡେଟ ମିଳି ପାରିନାହିଁ । ସେ ଏହି ପାର୍ଟରେ ରହିବେ କି ନାହିଁ, ସେ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଏହି ଚରିତ୍ରରେ ପୁଣିଥରେ ‘ନାୟକ’ରୁ ‘ମହାନାୟକ’ ଭାବରେ ଅନୀଲ କପୁରଙ୍କୁ କାଷ୍ଟ କରିବା ପାଇଁ ଦାବି ହୋଇଛି । ତେବେ ନିକଟରେ ଫାଇଟର ସିନେମାରେ ଅନୀଲ କପୁରଙ୍କ ସହ କାମ କରି ସାରିଛନ୍ତି ସିଦ୍ଧାର୍ଥ ଆନନ୍ଦ । ତେଣୁ ଏହି ସିନେମାରେ ଅନୀଲ କପୁର ହିଁ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ସେପଟେ ଏଥର ଅନୀଲ କପୁର କେତେ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଶ୍ନ କରିଛନ୍ତି ଫ୍ୟାନ୍ସ । ଚଳିତବର୍ଷ ଶେଷ ଆଡ଼କୁ ଅନୀଲ ‘ନାୟକ-୨’ ପରଦାକୁ ଆସିବ ବୋଲି ଅନୁମାନ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami