୫୬ ବର୍ଷ ଧରି ମହିଳାଙ୍କ ପେଟରେ ଥିଲା ଶିଶୁ

Above Post Content

ବ୍ରାଜିଲ: ୫୬ ବର୍ଷ ଧରି ମାଆ ପେଟରେ ରହିଲା ଶିଶୁ । ଏହା ପଢିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଏବେ ଭାବୁଥିବେ ଏହା କ’ଣ ସମ୍ଭବ ? ଗୋଟେ ଶିଶୁ ମାଆର ପେଟରେ ଏତେ ବର୍ଷ ରହିପାରିବ ? ହେଲେ ଘଟଣାଟି ସତ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ବ୍ରାଜିଲରୁ । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ମହିଳା ଜଣକ କେବଳ କିଛି ମାସ ନୁହେଁ ବରଂ କ୍ରମାଗତ ୫୬ ବର୍ଷ ପର୍ଯ୍ୟନ୍ତ ଗର୍ଭବତୀ ହୋଇଥିଲେ । କିନ୍ତୁ ସେ ନିଜେ ଏହା ବିଷୟରେ ଜାଣି ନ ଥିଲେ । ଶେଷରେ ଯେତେବେଳେ ତାଙ୍କର ପେଟ ଯନ୍ତ୍ରଣା ହେଲା, ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଲା । ଏହା ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଗର୍ଭବତୀ ଥିବା ନେଇ ଜାଣି ନ ଥିଲେ ବୃଦ୍ଧା

After 2nd paragraph post ads
Middle post content

୮୧ ବର୍ଷୀୟା ଡାନିଏଲା ଭେରା ନାମକ ଜଣେ ବୃଦ୍ଧା ବ୍ରାଜିଲର ପାରାଗୁଏରେ ରୁହନ୍ତି । ଏବେ ଡ଼ାନିଏଲ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାରେ କାରଣ ହେଉଛି ତାଙ୍କ ପେଟରେ ବର୍ଷେ କି ପାଞ୍ଚବର୍ଷ ନୁହେଁ, ଦୀର୍ଘ ୫୬ ବର୍ଷ ଜଣେ ଶିଶୁ ରହିଥିଲା । ସେ ନିଜେ ବି ଏ ବିଷୟରେ ଜାଣି ନ ଥିଲେ । ଅଧିକାଂଶ ସମୟ ତାଙ୍କ ପେଟରେ ଯନ୍ତ୍ରଣା ହେଉଥିଲା । ହେଲେ ସେ ଏହାକୁ ଅଣଦେଖା କରି ଚାଲିଥିଲେ । ଦିନେ ହଠାତ୍ ପେଟରେ ଯନ୍ତ୍ରଣା ଯୋରରେ ହେଲା । ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡ଼ାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ତାଙ୍କ ପେଟରେ ଯାହା ଦେଖିଲେ ଚକିତ୍ ହୋଇଗଲେ । ଡ଼ାନିଏଲାଙ୍କ ପେଟରେ ଏକ କାଲସିଫାଏଡ୍ ଭ୍ରୁଣ ଥିବା ଦେଖିବାକୁ ମିଳିଥିଲା । ୭ ପିଲାଙ୍କ ମା ଡାନିଏଲାଙ୍କର ଏ ବିଷୟରେ କୌଣସି ଜ୍ଞାନ ନ ଥିଲା ।

ଅସ୍ତ୍ରୋପଚାର ପରେ ବୃଦ୍ଧାଙ୍କ ଘଟିଲା ମୃତ୍ୟୁ

ମାର୍ଚ୍ଚ ୧୪ରେ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ଏହି ଶିଶୁକୁ ହଟାଇ ଦେଇଥିଲେ । କିନ୍ତୁ ଦୁଃଖର ବିଷୟ, ଏହି ଅପରେଶନ ପରେ ଡାନିଏଲା ଅଧିକ ଦିନ ବଞ୍ଚିପାରିଲେ ନାହିଁ । ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଗଲା । ଡାକ୍ତର ପାଟ୍ରିକ ଡିଜାଇର କହିଛନ୍ତି, ଅସ୍ତ୍ରୋପଚାର ପରେ ସଂକ୍ରମଣ ହେତୁ ମହିଳାଙ୍କ ମୃତ୍ୟୁ ଘଟିଛି । ବେଳେବେଳେ ଗର୍ଭଧାରଣ ପରିବର୍ତ୍ତେ ଶରୀରର ଅନ୍ୟ କିଛି ଅଂଶରେ ଗର୍ଭଧାରଣ ହୁଏ, ଏହାକୁ ଏକ୍ଟୋପିକ୍ ଗର୍ଭଧାରଣ କୁହାଯାଏ । ମହିଳାଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା । ଶିଶୁର ବିକାଶର ଅଭାବ ହେତୁ ଏହା ଗଣନା କରାଯାଇଥାଏ । ଏଭଳି ପରିସ୍ଥିତିରେ ପ୍ରବଳ ଯନ୍ତ୍ରଣା ହୁଏ ନାହିଁ କି ରକ୍ତସ୍ରାବ ହୁଏ ନାହିଁ । ଏକ୍ସ-ରେ ନ ହେବା ପର୍ଯ୍ୟନ୍ତ ଏଥିରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ମହିଳାଙ୍କ କ୍ଷେତ୍ରରେ ଠିକ୍ ସେମିତି ଘଟଣା ଘଟିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami