ଝିଅକୁ ବଙ୍ଗଳା ଗିଫ୍ଟ କଲେ ବିଗ୍ ବି

Above Post Content

ମୁମ୍ବାଇ: କିଛି ଦିନ ହେବ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବଚ୍ଚନ ପରିବାର । ଅଭିଶେକ ଓ ଐଶ୍ୱର୍ଯ୍ୟାଙ୍କ ଭିତରେ ମତଭେଦ ଠାରୁ ଆରମ୍ଭ କରି ଶାଶୁ ନଣନ୍ଦଙ୍କ ସହ ନୀଳନୟନାଙ୍କ ଭଲ ସଂପର୍କ ନ ଥିବା କଥା ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ଏସବୁ ଭିତରେ ଝିଅ ଶ୍ୱେତାଙ୍କୁ ଜୁହୁସ୍ଥିତ ବଙ୍ଗଳା ଗିଫଟ କରି ପୁଣି ଆଲୋଚନାର ବିଷୟ ହୋଇଛନ୍ତି ନିଜେ ବିଗ୍ ବି । ବିଗ୍ ବି ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତିକ୍ଷା’କୁ ମିଳିଲା ନୂଆ ମାଲିକ । ଏବେ ଅମିତାଭ ବଚ୍ଚନ ନୁହନ୍ତି ବରଂ ଝିଅ ଶ୍ୱେତା ବଚ୍ଚନ ହେଉଛନ୍ତି ଏବେ ‘ପ୍ରତିକ୍ଷା’ର ନୂଆ ମାଲିକାଣୀ ।

ଶ୍ୱେତା ଏବେ ‘ପ୍ରତିକ୍ଷା’ ର ନୂଆ ମାଲିକାଣୀ

After 2nd paragraph post ads
Middle post content

ଅମିତାଭ ଓ ଜୟା ନିଜ ଝିଅକୁ ଜୁହୁସ୍ଥିତ ଏହି ବଙ୍ଗଳା ଗିଫ୍ଟ ଭାବେ ଦେଇଥିବା ଜଣାଯାଇଛିଏହି ବଙ୍ଗଳାର ଆନୁମାନିକ ମୂଲ୍ୟ ୫୦ କୋଟି ରୁ ଊର୍ଦ୍ଧ୍ୱ । ତେବେ ଗତ ୮ ତାରିଖରେ ଅମିତାଭ ନିଜ ଝିଅଙ୍କ ନାଁରେ ଏହି ବଙ୍ଗଳା କରିଥିବା ଖବର ସାମନାକୁ ଆସିଛି । ଉକ୍ତ ଦିନ ଡିଡ୍ ସାଇନ୍ ହୋଇଥିବା ବେଳେ ୫୦.୬୫ ଲକ୍ଷ ଟଙ୍କା ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟି ଭାବେ ଦିଆଯାଇଥିବା ଜଣାଯାଇଛି । ଜୁହୁସ୍ଥିତ ଏହି ବଙ୍ଗଳା ୨ଟି ପ୍ଲଟ ଉପରେ ରହିଛି । ଗୋଟିଏ ପ୍ଲଟ ୬୭୪ ସ୍କୋୟାର ମିଟର ଅଞ୍ଚଳରେ ଥିବା ବେଳେ ଅନ୍ୟଟି ୮୯୦.୪୭ ସ୍କୋୟାର ମିଟର ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ତେଣୁ ଏହି ଆଲିସାନ ବଙ୍ଗଳା ସମୁଦାୟ ୧୫୬୪ ସ୍କୋୟାର ମିଟରରେ ଥିବା ଜଣାଯାଇଛି ।

ଅମିତାଭଙ୍କ ମୁମ୍ବାଇରେ ରହିଛି ୩ଟି ବଙ୍ଗଳା

ଅମିତାଭଙ୍କର ମୁମ୍ବାଇରେ ପ୍ରତିକ୍ଷା, ଜଲସା ଓ ଜନକ ନାମରେ ୩ଟି ବଙ୍ଗଳା ରହିଛି । ‘ଜଲସା’ରେ ଅମିତାଭ ନିଜ ପରିବାର ସହ ରହୁଥିବା ବେଳେ ସେଠାରେ ଏବେ ଶ୍ୱେତା ବି ରହୁଥିବା ଦେଖିବାକୁ ମିଳୁଛି । ଶ୍ୱେତା ଦିଲ୍ଲୀର ବ୍ୟବସାୟୀ ନିଖିଲ ନନ୍ଦାଙ୍କୁ ବିବାହ କରିଥିଲେ ମଧ୍ୟ ଅଧିକାଂଶ ସମୟରେ ନିଜ ପିଲାଙ୍କ ସହ ‘ଜଲସା’ରେ ରହିଥାନ୍ତି । ତେଣୁ ତାଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ଚାଲି ନ ଥିବା ବି ଚର୍ଚ୍ଚା ହେଉଛି । ଏପରି ସମୟରେ ଅମିତାଭ ନିଜ ଝିଅଙ୍କୁ ପ୍ରତିକ୍ଷା ଗିଫ୍ଟ ଭାବେ ଦେବା ଘଟଣା ଲାଇମ୍‌ଲାଇଟ୍‌କୁ ଚାଲି ଆସିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami