ପ୍ରଥମ କରି ଝିଅର ମୁହଁ ଦେଖାଇଲେ ଆଲିଆ-ରଣବୀର

Above Post Content

ମୁମ୍ବାଇ: ପରିବାରର କେଉଁ ସଦସ୍ୟଙ୍କ ଭଳି ଦିଶୁଛନ୍ତି ରାହା । ପ୍ରଥମ କରି କ୍ୟାମେରା ସାମ୍ନାକୁ ଆସିଲେ ରଣବୀରଙ୍କ ଲାଡଲୀ । ଖ୍ରୀଷ୍ଟମାସ ଅବସରରେ ବଲିଉଡର ଷ୍ଟାର ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି । ଏହି ଦମ୍ପତି ସେମାନଙ୍କ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ରାହାଙ୍କ ଜନ୍ମ ହେବା ପରଠାରୁ ସେ କିଭଳି ଦିଶୁଛନ୍ତି, ଏହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍କଣ୍ଠା ଭରି ରହିଥିଲା । ରଣବୀର-ଆଲିଆ ଲୋକଙ୍କ ଅପେକ୍ଷାର ଅନ୍ତ ଘଟାଇ ଝିଅର ମୁହଁ ସମସ୍ତଙ୍କୁ ଦେଖାଇଛନ୍ତି ।

Middle post content

ଜେଜେ ଋଷି କପୁରଙ୍କ ଭଳି ଦିଶୁଛନ୍ତି ରାହା

After 2nd paragraph post ads

ଝିଅକୁ ମିଡିଆ ସାମ୍ନାକୁ ଆଣି ଉଭୟ ପୋଜ୍ ଦେଇଥିବା ଭାଇରାଲ ଭିଡିଓରେ ଦେଖାଯାଇଛି । ଭିଡିଓ ଦେଖି ଜଣାପଡ଼ୁଛି ଯେ, ରାହା ତାଙ୍କ ଜେଜେ ତଥା ଦିବଂଗତ ଅଭିନେତା ଋଷି କପୁରଙ୍କ ଭଳି ଦିଶୁଛନ୍ତି । ତାଙ୍କର ଆଖି ନୀଳ ଥିବା ବେଳେ ଅତି ସୁନ୍ଦର ଦିଶୁଛନ୍ତି ରାହା । ତେବେ ରାହାଙ୍କ ନୀଳ ଆଖି ପାଇଁ ତାଙ୍କୁ ବଲିଉଡର ୨ୟ ନୀଳନୟନା କହିଛନ୍ତି ଫ୍ୟାନ୍ସ । ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ରଣବୀର-ଆଲିଆ କାର୍ ଭିତରୁ ବାହାରି ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଡକୁ ଆସୁଛନ୍ତି । ରଣବୀର ଝିଅ ରାହାକୁ ଧରିଥିବା ବେଳେ ଆଲିଆ ତାଙ୍କ ସହ ଚାଲି ଚାଲି ଆଗକୁ ଆସୁଛନ୍ତି । ଏହା ପରେ ରଣବୀର ରାହାଙ୍କ ମୁଣ୍ଡକୁ ଚୁମ୍ବନ ଦେବା ସହ ଆଲିଆ ମଧ୍ୟ ଝିଅକୁ ଗେଲ୍‌ହା କରୁଛନ୍ତି । ଏହା ପରେ ରାହା ଆଲିଆ ଓ ରଣବୀରଙ୍କ ମୁହଁକୁ ହାତ ନେଇ ତାଙ୍କୁ ଗେଲ କରୁଥିବା ଦେଖିବାକୁ ମିଳିଛି । ରାହାଙ୍କ ଜନ୍ମର ବର୍ଷେ ପରେ ଦମ୍ପତି ତାଙ୍କ ମୁହଁ ଦେଖାଇଛନ୍ତି । ଅନେକ ସମୟରେ ରାହାଙ୍କ ଅନେକ ଫେକ୍ ଫଟୋ ଭାଇରାଲ ହୋଇଥିବା ବେଳେ ଏବେ ଅସଲ ଭିଡିଓ ଆସିବାରୁ ଏହା ସମସ୍ତଙ୍କ ମନ କିଣିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami