ଅଜୟ-କାଜୋଲଙ୍କ ପ୍ରେମ କାହାଣୀ ରିଲ୍‌ଠାରୁ ବି କମ୍ ନୁହେଁ

Above Post Content

ମୁମ୍ବାଇ: ଆକ୍ଟର ଯୋଡ଼ି ଅଭିନେତା ଅଜୟ ଦେବଗନ୍ ଏବଂ ଅଭିନେତ୍ରୀ କାଜୋଲ ବଲିଉଡ଼ରେ ପାୱାର କପଲ ଭାବେ ବେଶ୍ ଜଣାଶୁଣା । ଏହି ଯୋଡ଼ିକୁ ଦର୍ଶକ ଅନ୍‌ସ୍କ୍ରିନ୍ ଓ ଅଫ୍‌ସ୍କ୍ରିନ୍‌ରେ ବି ବହୁତ ପସନ୍ଦ କରନ୍ତି । କିନ୍ତୁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କର ପ୍ରେମ କାହାଣୀ ଏକ ଚଳଚ୍ଚିତ୍ର କାହାଣୀଠାରୁ ବି କମ୍ ନୁହେଁ ।

ପୂର୍ବ ପ୍ରେମିକ ବିଷୟରେ ପରାମର୍ଶ ଦେଉଥିଲେ ଅଜୟ

After 2nd paragraph post ads
Middle post content

କାଜୋଲଙ୍କୁ ପ୍ରଥମେ ଅଜୟ ପସନ୍ଦ କରୁ ନ ଥିଲେ । ଏକ ସାକ୍ଷାତକାରରେ ଅଜୟ କହିଛନ୍ତି ଯେ, ୧୯୯୫ ମସିହାରେ ଫିଲ୍ମ ‘ହଲଚଲ’ ସୁଟିଂ ସେଟ୍‌ରେ ଉଭୟଙ୍କ ଦେଖା ହୋଇଥିଲା । କାଜୋଲ ବହୁତ ଖୁସି ମିଜାଜର ଝିଅ । ସେ ସବୁବେଳେ ହସୁଥିବା ବେଳେ ସୁଟିଂ ସେଟ୍‌ରେ ବହୁତ ମଜା ବି କରିଥାନ୍ତି । କିନ୍ତୁ ଅଜୟଙ୍କୁ କାଜୋଲଙ୍କର ଏପରି ହାବଭାବ ଜମା ଭଲ ଲାଗୁ ନ ଥିଲା । ତେଣୁ ସେ ଦ୍ୱିତୀୟ ଥର କାଜୋଲଙ୍କୁ ଭେଟିବାକୁ ବି ଚାହୁଁ ନ ଥିଲେ । କାରଣ ସ୍ୱଭାବରେ ଅଜୟ ତାଙ୍କଠାରୁ ସମ୍ପୂର୍ଣ୍ଣ ବିପରୀତ ଥିଲେ । ସେ ବହୁତ ଶାନ୍ତଶିଷ୍ଟ ଥିଲେ । ଫିଲ୍ମ ସୁଟିଂ ସମୟରେ କାଜୋଲ ତାଙ୍କ ପୂର୍ବ ପ୍ରେମିକ ବିଷୟରେ ଅଜୟଙ୍କ ସହ କଥାବାର୍ତ୍ତା ହେଉଥିଲେ । ଅଜୟ ସବୁବେଳେ ଏପରି ପରିସ୍ଥିତିରେ କ’ଣ କରିବେ ସେ ବିଷୟରେ କାଜଲଙ୍କୁ ପରାମର୍ଶ ମଧ୍ୟ ଦେଉଥିଲେ ।

ଛାତ ଉପରେ କରିଥିଲେ ବିବାହ

ଏହାକୁ ନେଇ ବିଭିନ୍ନ ମିଡ଼ିଆରେ ସେମାନଙ୍କ ସମ୍ପର୍କକୁ ନେଇ ମିଥ୍ୟା ଖବର ଆଲୋଚନା ହେବାକୁ ଲାଗିଲା । ପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଲା । ଉଭୟେ ଉଭୟଙ୍କୁ ପସନ୍ଦ କରିବାକୁ ଲାଗିଲେ । କିଛି ସମୟ ପରସ୍ପରକୁ ଡେଟ କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଲେ । ୧୯୯୯ ମସିହାରେ ଅଜୟ ଏବଂ କାଜୋଲ ବିବାହ କରିଥିଲେ । ସବୁଠୁ ବଡ଼ କଥା ହେଲା, ଉଭୟ ନିଜ ବିବାହର ଖବର ଗଣମାଧ୍ୟମଠାରୁ ଦୂରେଇ ରଖିବାକୁ ଚାହୁଁ ଥିଲେ । ସେଥିଲାଗି ନିଜ ଘର ଛାତ ଉପରେ ବିବାହ କରିଥିଲେ । ଏହି ବିବାହ ସାଧାରଣ ଭାବେ ଆୟୋଜନ ହୋଇଥିଲା । ଏଥିରେ କେବଳ ଉଭୟ ପରିବାର ଲୋକେ ସାମିଲ ହୋଇଥିଲେ । ଏବେ ସେମାନଙ୍କୁ ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ପରିବାରକୁ ନେଇ ଉଭୟେ ବହୁତ ଖୁସିରେ ଅଛନ୍ତିି ।
‘ପ୍ୟାର ତୋ ହୋନା ହି ଥା’, ‘ଇଶ୍କ’, ‘ୟୁ ମେ ଔର ହମ,’ ଦିଲ କ୍ୟା କରେ ‘, ‘ରାଜୁ ଚାଚା ‘ ଏବଂ ‘ଗୁଣ୍ଡରାଜ’ ଭଳି ଅନେକ ଫିଲ୍ମରେ ଏକାଠି ଭାବେ କାମ କରିଛନ୍ତି ଅଜୟ ଓ କାଜୋଲ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami