୧୨ ବର୍ଷ ପରେ ମାଲିକାନା ଜାହିର କରିପାରିବେ ଭଡାଟିଆ

Above Post Content

ଜାଗା କିଣି ଘର କରିବା ସବୁବେଳେ ସମସ୍ତଙ୍କ ପାଇଁ ସମ୍ଭବ ହେଉ ନ ଥିବା ବେଳେ ଭଡା ଘରକୁ ବାଛନ୍ତି ଲୋକେ । ଛୋଟ ଘର ହେଉ କି ବଡ ଫ୍ଲାଟ, ବର୍ତ୍ତମାନ ସମୟରେ ଘରକୁ ଭଡା ଦେଇ ଟଙ୍କା ରୋଜଗାର କରିବା ଟ୍ରେଣ୍ଡରେ ମଧ୍ୟ ରହିଛି । ଲୋକେ ବଙ୍ଗଳା ବା ଫ୍ଲାଟ କିଣି ଘରକୁ ଭଡାରେ ଲଗାଇ ଦେବା ସହ ସେଥିରୁ ଖୁବ ସହଜରେ ଭଲ ରୋଜଗାର ମଧ୍ୟ କରୁଛନ୍ତି । ତେବେ ଏହା ଏକ ଦୀର୍ଘକାଳୀନ ପ୍ରକ୍ରିୟା, ଯାହା ବର୍ଷ ବର୍ଷ ପର୍ଯ୍ୟନ୍ତ ରୋଜଗାରର ବାଟ ଖୋଲିଥାଏ । ତେବେ ଏମିତି ଅନେକ ଥର ଦେଖାଯାଏ ଯେ, ଘରର ମାଲିକ ଭଡାଟିଆଙ୍କ ଭରସାରେ ଘର ଛାଡି ଦୀର୍ଘ ଦିନ ପର୍ଯ୍ୟନ୍ତ ବାହାରେ ରହିଥାନ୍ତି । କିନ୍ତୁ ଏହାର ପରିଣାମ ଆପଣଙ୍କୁ ବଡ କ୍ଷତି କରାଇପାରେ । ଏଭଳି ପରିସ୍ଥିତିରେ ଆପଣ ନିଜ ସମ୍ପତ୍ତି ମଧ୍ୟ ହରାଇପାରନ୍ତି । ପ୍ରପର୍ଟି ନିୟମ ଅନୁସାରେ, କିଛି ବର୍ଷ ରହିବା ପରେ ଏହିଘର ଉପରେ ଜଣେ ଭଡାଟିଆ ନିଜର ମାଲିକାନା ବା ଅଧିକାର ଜାହିର କରିପାରନ୍ତି । କୋର୍ଟ ବା ଆଇନ କାନୁନ ମଧ୍ୟ ଭଡାଟିଆଙ୍କୁ ହିଁ ଏହାର ଉତ୍ତରାଧିକାରୀ ବା ଅଧିକାରୀ ବୋଲି ଗ୍ରହଣ କରି ନେଇ ପାରନ୍ତି ।

ଭଡାଘର ଉପରେ ମାଲିକାନା ନେଇ ରହିଛି ନିୟମ

After 2nd paragraph post ads
Middle post content

ନିୟମ ଅନୁସାରେ, କୌଣସି ଭଡାଟିଆ ଏକ ଜମି ଉପରେ ୧୨ ବର୍ଷ ପର୍ଯ୍ୟନ୍ତ ରହିବା ପରେ ଏହା ଉପରେ ସେ ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି । ଲଗାତାର ୧୨ ବର୍ଷ ଯଦି କୌଣସି ସମ୍ପତ୍ତିକୁ ବ୍ୟବହାର କରନ୍ତି, ତେବେ ଏହାକୁ ନିଜର ବୋଲି ସେ ଦାବି କରିପାରନ୍ତି । ଯାହା ଫଳରେ ଆପଣ ଭରସା କରିଥିବା ବ୍ୟକ୍ତି ଜଣକ ଆପଣଙ୍କର ସମ୍ପତ୍ତିକୁ ଛଡାଇ ନେଇପାରିବେ । କିନ୍ତୁ ଏହାର ନିୟମ ଖୁବ କଠିନ ହୋଇଥାଏ । ଯାହା ଫଳରେ ଆପଣଙ୍କ ସମ୍ପତ୍ତି ବିବାଦ ଘରକୁ ଆସିପାରେ । ଭାରତର ସ୍ୱାଧୀନତା ପୂର୍ବରୁ ଏହି ପ୍ରତିକୂଳ ନିୟମ ପ୍ରଣୟନ କରାଯାଇଛି । ଏହା ହେଉଛି ଏକ ବେଆଇନ ଜମି ଅଧିକାରର ନିୟମ । ତେବେ ଏହା ସରକାରୀ ଜମି ଉପରେ ପ୍ରଯୁଜ୍ୟ ହୋଇ ପାରିବ ନାହିଁ । ଭଡାଘରେ ରହୁଥିବା ବ୍ୟକ୍ତି ପ୍ରାୟତଃ ଏହି ଆଇନର ଫାଇଦା ଉଠାଇବାକୁ ଚେଷ୍ଟା କରିଥାନ୍ତି ।

ଦେବାକୁ ପଡ଼ିବ ପ୍ରମାଣ

ନିୟମ ଅନୁସାରେ, ଏହି ସମ୍ପତ୍ତି ଦୀର୍ଘ ଦିନରୁ ଆପଣଙ୍କ କବଜାରେ ଥିବା ପ୍ରମାଣ କରିବାକୁ ପଡିବ । ଏହାସହିତ କୌଣସି ପ୍ରକାର ପ୍ରତିବନ୍ଧକ ହୋଇ ନ ଥିବାର ପ୍ରମାଣ ମଧ୍ୟ ଦେବାକୁ ପଡିବ । ସମ୍ପତ୍ତି ଦାଖଲକାରୀଙ୍କୁ ଟିକସ, ରସିଦ, ବିଦ୍ୟୁତ ଏବଂ ପାଣି ବିଲ ସହିତ ସାକ୍ଷୀଙ୍କ ସାର୍ଟିଫିକେଟ ଇତ୍ୟାଦି ସମ୍ପର୍କରେ ମଧ୍ୟ ସୂଚନା ଦେବାକୁ ପଡିବ । ତେବେ ଯଦି କୌଣସି ଭଡାଟିଆ ଏସବୁ ଦେବାରେ ସଫଳ ହୋଇ ଯାଆନ୍ତି, ତେବେ ଏହି ସମ୍ପତ୍ତି ତାଙ୍କର ବୋଲି ପ୍ରମାଣ ହୋଇଯିବ ଏବଂ ଆଇନ ଅନୁସାରେ ପ୍ରକୃତ ମାଲିକ ନିଜ ପ୍ରପର୍ଟି ଉପରୁ ଅଧିକାର ହରାଇ ବସିବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami