ବାପାଙ୍କୁ ସମ୍ମାନିତ କରାଯାଉଥିବା କାର୍ଯ୍ୟକ୍ରମରେ କାନ୍ଦିଲେ ରିତେଶ

Above Post Content

ମୁମ୍ବାଇ: ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ସ୍ୱର୍ଗତ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଲାଶରାଓ ଦେଶମୁଖଙ୍କ ସ୍ମୃତିରେ କାନ୍ଦୁଥିବାର ନଜର ଆସିଛନ୍ତି । ରବିବାର ମହାରାଷ୍ଟ୍ରର ଲାଟୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରିତେଶ । ସେଠାରେ ତାଙ୍କ ପିତା ତଥା ବିଶିଷ୍ଟ କଂଗ୍ରେସ ନେତା ବିଲାଶରାଓଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରାଯାଇଥିଲା । ତେବେ ସେହି କାର୍ଯ୍ୟକ୍ରମରେ ସେ କାନ୍ଦୁଥିବାର ଦେଖାଯାଇଛି । ସୋସିଆଲ ମିଡିଆରେ ଅଭିନେତାଙ୍କ ଭାଷଣର ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଠାରେ ସେ କାନ୍ଦିବା ସହ ଆଖିରୁ ଲୁହ ପୋଛୁଥିବା ନଜରରେ ଆସୁଛନ୍ତି । ରିତେଶ ଭାଷଣ ଦେବା ବେଳେ, ‘‘ମୋ ବାପାଙ୍କ ଦେହାନ୍ତ ହେବାର ୧୨ ବର୍ଷ ବିତିଗଲାଣି’’ ବୋଲି କହିବା ସମୟରେ ତାଙ୍କ କଣ୍ଠ ମୋଟା ଶୁଭାଯାଉଛି । ସେଠାରେ ସଙ୍ଗେ ସଙ୍ଗେ ତାଙ୍କ ବଡ଼ ଭାଇ ଏବଂ ଲାଟୁରର କଂଗ୍ରେସ ବିଧାୟକ ଅମିତ ଦେଶମୁଖ ରିତେଶଙ୍କ ପିଠିରେ ହାତ ଥାପୁଡ଼େଇ ଦେଉଥିବାର ଦୃଶ୍ୟମାନ ହୋଇଛ ।

Middle post content

ସମସ୍ତଙ୍କୁ ଆଲୋକ ବିତରଣ କରୁଥିଲେ ଭିଲାଶରାଓ ଦେଶମୁଖ

After 2nd paragraph post ads

ସାହେବ ଭିଲାଶରାଓ ଦେଶମୁଖ ଆମକୁ ଛାଡିବାର ବାର ବର୍ଷ ବିତି ଗଲାଣି । ବେଳେବେଳେ ଯନ୍ତ୍ରଣା ଉପୁଜିଥାଏ । ସେ ସବୁବେଳେ ସମସ୍ତଙ୍କୁ ଆଲୋକ ବିତରଣ କରୁଥିଲେ ଏବଂ ବର୍ତ୍ତମାନ ମଧ୍ୟ କରନ୍ତି । ଏହି ଜ୍ୟୋତି କଦାପି ମଳିନ ହୁଏନି । ସେ ସର୍ବଦା ଦୃଢ଼ ରୁହନ୍ତି । ସେଥିପାଇଁ ଆମେ ତାଙ୍କ ପିଲାମାନେ ମଧ୍ୟ ଠିକ୍ ଭାବେ ଛିଡ଼ା ହୋଇପାରୁଛୁ । ତାଙ୍କ ପିଲା ହିସାବରେ ଆମ ଉପରେ ଦାୟିତ୍ୱ ଭାର କିନ୍ତୁ ଖୁବ୍ ଅଧିକ ରହିଛି ବୋଲି ରିତେଶ ତାଙ୍କ ଭାଷଣରେ କହିଛନ୍ତି । ତାଙ୍କ ଭାଇ ଅମିତଙ୍କ ବିଷୟରେ ରୀତିଶ କହିଛନ୍ତି ଯେ ଲାଟୁର ଏବଂ ମହାରାଷ୍ଟ୍ରର ଲୋକମାନେ ତାଙ୍କୁ ନେଇ ଖୁବ୍ ଆଶାବାଦୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami