ରଶ୍ମିକାଙ୍କ ଡିପଫେକ୍ ଭିଡିଓ ତିଆରି କରିଥିବା ଅଭିଯୁକ୍ତ ଗିରଫ

Above Post Content

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ତିଆରି କରିଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣକ ହେଲେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଇମାନୀ ନବୀନ । ଏହି ଖବର ପାଇବା ପରେ ରଶ୍ମିକାଙ୍କ ପ୍ରଶଂସକମାନେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏବେ ଏହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ‘ଡିପ୍‌ଫେକ୍‌’ ଭିଡିଓକୁ ନେଇ ସାରା ଦେଶରେ ଚହଳ ପଡ଼ିଥିଲା । ଏହି ଘଟଣାକୁ ନେଇ ପୋଲିସ ଆକ୍ସନ ମୋଡ୍‌କୁ ଆସିଛି । ତାଙ୍କର ‘ଡିପ୍‌ଫେକ୍‌’ ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାକୁ ନେଇ ଦିଲ୍ଲୀ ମହିଳା ଆୟୋଗ ପୋଲିସ୍‌କୁ ନୋଟିସ୍ ପଠାଇବା ପରେ ପୋଲିସ୍ ତତ୍ପରତା ଦେଖାଇଥିଲା ।

ଫଲୋୟର୍ସ ବଢ଼ାଇବା ପାଇଁ ଡିପଫେକ କରିଥିଲେ

After 2nd paragraph post ads
Middle post content

ନବୀନ ରଶ୍ମିକାଙ୍କ ପ୍ରଶଂସକ ହୋଇଥିବାରୁ ତାଙ୍କର ଫ୍ୟାନ୍ ପେଜ୍ ଚଳାଉଥିଲେ । ମାତ୍ର ୯୦ହଜାର ଫଲୋୟର୍ସ ଥିବାରୁ ଏହାକୁ ବଢ଼ାଇବାକୁ ନବୀନ ଚାହୁଁଥିଲେ । ଏହି କାରଣରୁ ସେ ରଶ୍ମିକାଙ୍କର ଡିପଫେକ୍ ଭିଡିଓ ସେୟାର କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି । ଭିଡିଓ ସେୟାର କରିବାର ୨ସପ୍ତାହ ପରେ ପେଜର ଫଲୋୟର୍ସ ସଂଖ୍ୟା ୯୦ହଜାରରୁ ବଢ଼ି ୧ଲକ୍ଷ ୮ହଜାରରେ ପହଞ୍ଚିିଥିଲା, ଯାହା ନବୀନଙ୍କୁ ଭାରୀ ପଡ଼ିଥିଲା । ଭିଡିଓକୁ ନେଇ ବିବାଦ ହେବା ସହ ଏତଲା ରୁଜୁ କରିଦେଇଥିଲେ ରଶ୍ମିକା । ଗିରଫ ଡରରେ ନବୀନ ଭିଡିଓ ନିଜ ପେଜରୁ ହଟାଇ ଦେବା ସହ ପ୍ରୋଫାଇଲର ନାମ ବଦଳାଇ ଦେଇଥିଲେ । ସବୁ ପରେ ବି ପୋଲିସ ତାଙ୍କ ପାଖରେ ପହଞ୍ଚି ଯାଇଥିଲା । ନବୀନ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ବିଟେକ୍ କରିବା ପରେ କିଛି ବର୍ଷ ସେଠାରେ ରହି ୨୦୨୩ରେ ନିଜ ଗାଁକୁ ଫେରିଥିଲେ । ଘରକୁ ଫେରି ସେ ବିଭିନ୍ନ ସେଲିବ୍ରିଟିଙ୍କ ଫ୍ୟାନ୍ ପେଜ୍ ତିଆରି କରି ଟଙ୍କା ଆୟ କରିବା ଆରମ୍ଭ କରିଥିଲେ ।

୨ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ

୨୦୨୩ ନଭେମ୍ବରରେ ଭିଡିଓ ଭାଇରାଲ ହୋଇଥିଲା । ଡିପ୍‌ଫେକ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ, କଳା ପୋଷାକ ପିନ୍ଧି ଲିଫ୍‌ଟରେ ପ୍ରବେଶ କରୁଛନ୍ତି ଅଭିନେତ୍ରୀ ରଶ୍ମିକା । ଏହି ଭିଡିଓରେ ସେ ଯେଉଁଭଳି ପୋଷାକ ପିନ୍ଧିଥିଲେ, ସେଭଳି ପୋଷାକ କେବେ ବି ରଶ୍ମିକା ପିନ୍ଧି ନ ଥିବାରୁ ଏହାକୁ ନେଇ ସନ୍ଦେହ ବଢ଼ିଥିଲା । ପରେ ଭିଡିଓଟି ଫେକ୍ ବୋଲି ଜଣାପଡ଼ିଥିଲା । ପ୍ରକୃତରେ ଭିଡିଓରେ ବ୍ରିଟିଶ-ଭାରତୀୟ ଇନଫ୍ୟୁଏନ୍ସର ଜାରା ପଟେଲ ଥିବା ବେଳେ ଡିପ୍‌ଫେକ୍ ଟେକ୍ନୋଲୋଜି ବ୍ୟବହାର କରି ତାଙ୍କ ମୁହଁକୁ ଏଡିଟ୍ କରିବା ସହ ରଶ୍ମିକାଙ୍କ ମୁହଁ ଲଗାଯାଇଥିଲା । ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯିବାରୁ ଏହା ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ କଳାକାର ଏ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏମିତି କି ରଶ୍ମିକା ମଧ୍ୟ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏବେ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami