ଫିଲ୍ମ ‘ଲାପତା ଲେଡିଜ’ରୁ ଅମିରଙ୍କୁ ରିଜେକ୍ଟ କଲେ ପୂର୍ବତନ ସ୍ତ୍ରୀ

Above Post Content

ମୁମ୍ବାଇ: ବଲିଉଡ଼ ଅଭିନେତା ଅମିର ଖାନ୍‌ଙ୍କୁ ଫିଲ୍ମରୁ ରିଜେକ୍ଟ କରିଛନ୍ତି ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ । ଫିଲ୍ମ ‘ଲାପତା ଲେଡ଼ିଜ୍‌’ ପାଇଁ ଅମିର ଅଡ଼ିସନ ଦେଇଥିଲେ ମଧ୍ୟ ତାଙ୍କୁ ରିଜେକ୍ଟ କରିଦେଇଛନ୍ତି ତାଙ୍କର ଖୋଦ୍ ପୂର୍ବତନ ପତ୍ନୀ । କାରଣ ଅମିରଙ୍କ ଅପେକ୍ଷା ରବି କିଶନଙ୍କ ଅଭିନୟ ଉଚ୍ଚମାନର । ସେଥିଲାଗି ଅମିରଙ୍କୁ ରିଜେକ୍ଟ କରାଯାଇଛି ବୋଲି କହିଛନ୍ତି କିରଣ ।

ଅମିରଙ୍କ ଅପେକ୍ଷା ରବିଙ୍କ ଅଭିନୟ ଉଚ୍ଚମାନର

After 2nd paragraph post ads
Middle post content

ଆଗକୁ ଆସୁଛି କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାପତା ଲେଡିଜ’ । ଏହି ଫିଲ୍ମକୁ ଦୀର୍ଘଦିନ ହେବ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଆସନ୍ତା ମାର୍ଚ୍ଚ ୧ରେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି । ଏହି ଫିଲ୍ମରେ ନିତାଂଶୀ ଗୋୟଲ, ସ୍ପର୍ଶ ଶ୍ରୀବାସ୍ତବ, ପ୍ରତୀଭା ରାଣ୍ଟା, ଛାୟା କଦମ, ରବି କିଶନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ନେଇ କିରଣ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଅମିର ଖାନ ମଧ୍ୟ ‘ଲାପତା ଲେଡିଜ’ ପାଇଁ ଅଡିସନ ଦେଇଥିଲେ । ଫିଲ୍ମରେ ରବି କିଶନ ଯେଉଁ ଭୂମିକାରେ ଅଛନ୍ତି, ସେହି ଭୂମିକାରେ ଅଭିନୟ କରିବାକୁ ଅମିର ଚାହୁଁଥିଲେ । କିନ୍ତୁ ତାଙ୍କୁ ରିଜେକ୍ଟ କରି ରବି କିଶନଙ୍କୁ ନିଆଯାଇଥିଲା । କାରଣ ଅମିରଙ୍କ ଅପେକ୍ଷା ରବିଙ୍କ ଅଭିନୟ ଉଚ୍ଚମାନର ଥିଲା ।

ଦୀର୍ଘ ଦିନ ପରେ ନିର୍ଦ୍ଦେଶନା ଜଗତକୁ ଫେରିଛନ୍ତି କିରଣ

ଫିଲ୍ମ ‘ଲାପତା ଲେଡିଜ’ ସହିତ କିରଣ ରାଓ ଦୀର୍ଘ ଦିନ ପରେ ନିର୍ଦ୍ଦେଶନା ଜଗତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କର ଏହି ଫିଲ୍ମ ଅମିର ପ୍ରଡକ୍ସନ୍ସ ଏବଂ କିଣ୍ଡଲିଂ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ହୋଇଛି । ୨୦୨୩ରେ ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ରେ ସ୍କ୍ରିନିଂ ପରେ ଏହି ଫିଲ୍ମଟିକୁ ଷ୍ଟାଣ୍ଡିଂ ଓବେସନ୍ ମିଳିଥିଲା । କିରଣ ହେଉଛନ୍ତି ଅମିର ଖାନ ଦ୍ୱିତୀୟ ସ୍ତ୍ରୀ । କିନ୍ତୁ ଉଭୟ ଛାଡପତ୍ର ନେଇସାରିଛନ୍ତି । କିନ୍ତୁ ଦୁହିଁଙ୍କ ବନ୍ଧୁତା ଏବେ ବି ବଜାୟ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami