ଚେନ୍ନାଇ ଝଡ଼ବର୍ଷାରେ ଫସିଲେ ଅମିର ଖାନ୍‌,ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

Above Post Content

ଚେନ୍ନାଇ: ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍ ଅଭିନେତା ଅମିର ଖାଁ । ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଫସି ରହିଥିଲେ । ଖବରପାଇ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏବେ ଏହାର କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ପାଣି ଘେରରେ ରହିଲେ ଅମିର

After 2nd paragraph post ads
Middle post content

ସାମୁଦ୍ରିକ ଝଡ଼ ମିଗଜୋମ୍‌ର ପ୍ରଭାବ ଚେନ୍ନାଇ ମହାନଗରରେ ଦେଖିବାକୁ ମିଳିଛି । ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ଦୁଇଦିନ ଧରି ଚେନ୍ନାଇରେ ଜୀବନଯାତ୍ରା ଠପ୍ ହୋଇଯାଇଛି । ସବୁଆଡ଼େ ଖାଲି ପାଣି ଜମି ରହିଛି । ଏହି ଝଡ଼ବର୍ଷାରେ ବଲିଉଡ୍ ଅଭିନେତା ଅମିର ଖାନ୍‌, ବିଷ୍ଣୁ ବିଶାଲ ଫସିଥିଲେ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୋସିଆଲ ମିଡ଼ିଆରେ ବିଷ୍ଣୁ ବିଶାଲ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ସେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଦେଇଛନ୍ତି । ବିଷ୍ଣୁଙ୍କ ଘରେ ପାଣି ପଶିଯିବା ସହିତ ଉପରକୁ ବଢ଼ିଯାଇଥିଲା । ବିଜୁଳି କିମ୍ବା ୱାଇଫାଇ ନଥିଲା । ଫୋନ୍ ସିଗନାଲ୍ କେବଳ ଘରର ଗୋଟିଏ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଆସିଥିଲା । ତାହା ପରେ ସେ ଉଦ୍ଧାର ପାଇଁ ସୋସିଆଲ ମିଡ଼ିଆରେ ସହାୟତା ଲୋଡ଼ିଥିଲେ ।

ମାଆଙ୍କ ଚିକିତ୍ସା ପାଇଁ ଚେନ୍ନାଇରେ ଅଛନ୍ତି ଅମିର

ଅମିର ମୁମ୍ବାଇରେ ରହୁଥିଲେ ହେଁ ମା’ ଜୀନତ୍‌ଙ୍କ ଚିକିତ୍ସା ଲାଗି ଚେନ୍ନାଇ ଯାଇଥିଲେ । ସେଠାରେ କରପକ୍କମ ସହରରେ ରହୁଥିଲେ । ମାତ୍ର ବାତ୍ୟା ସମୟରେ ସେ ଦକ୍ଷିଣ ଭାରତୀୟ ଅଭିନେତା ବିଷ୍ଣୁ ବିଶାଳଙ୍କ ସହ ଫସି ଯାଇଥିଲେ । ସେତେବେଳେ ତାଙ୍କୁ ପାଣି କିମ୍ବା ବିଜୁଳି ମିଳି ନ ଥିଲା । ବିଷ୍ଣୁ ତାଙ୍କୁ ଉଦ୍ଧାର ସମୟର କିଛି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଅମିର ନଜର ଆସିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami