ଘୋଷଣା କଲେ ଝିଅଙ୍କ ବିବାହ ତାରିଖ, ବାହାଘର ଦିନ ବହୁତ କାନ୍ଦିବି ଏମିତି କିଛି କହିଲେ ଅମିର

Above Post Content

ଖୁବ୍ ଶୀଘ୍ର ବଲିଉଡ଼ର ଚକୋଲେଟ୍ ହିରୋ ଅମୀର ଖାନଙ୍କ ଘରେ ବାଜିବ ସାହାନାଇ । କନିଆ ସାଜିବେ ଅମୀରଙ୍କ ଏକମାତ୍ର ଲାଡଲି ଆୟରା । ଏଥିଲାଗି ପ୍ରସ୍ତୁତି ଚାଲିଛି ଜୋରସୋରରେ । ଆୟରା ନିଜ ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ଜୀବନସାଥୀ କରିବେ । ପୂର୍ବରୁ ଉଭୟଙ୍କ ଧୂମ୍‌ଧାମ୍‌ରେ ସରିଛି ନିର୍ବନ୍ଧ । ଏବେ ସାମନାକୁ ଆସିଛି ବିବାହ ତାରିଖ । ଆସନ୍ତା ଜାନୁୟାରୀ ୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।

ପରଫେକ୍ଟ ସାଥୀଟିଏ ବାଛିଛି

After 2nd paragraph post ads
Middle post content

ଗଣମାଧ୍ୟମ ଆଗରେ ନିଜ ଝିଅର ବିବାହ ତାରିଖ ଘୋଷଣା କରି ଅମିର ଖାନ ବେଶ୍ ଭାବୁକ ହୋଇ ପଡ଼ିଛନ୍ତି । ଆଉ କହିଛନ୍ତି ଆସନ୍ତା ଜାନୁୟାରୀ ୩ ତାରିଖରେ ମୋ ଝିଅ ଆୟରାଙ୍କ ବିବାହ ଆୟୋଜିତ ହେବ । ଆୟରା ନିଜ ପାଇଁ ପରଫେକ୍ଟ ସାଥୀଟିଏ ବାଛିଛି । ଜୀବନ ସାଥୀ ଭାବେ ନୁପୁରଙ୍କୁ ଚୟନ କରିଛି । ଯିଏ ଜଣେ ଭଲ ଭଲ ମଣିଷଟିଏ । ଆୟରା ଯେବେ ଡିପ୍ରେସନର ଶିକାର ହୋଇଥିଲେ, ସେତେବେଳେ ନୁପୁର ହିଁ ପାଖେ ପାଖେ ରହି ତାଙ୍କ ଯତ୍ନ ନେଇଥିଲେ । ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିବା ବେଳେ ପରସ୍ପରକୁ ଖୁବ୍ ସମ୍ମାନ ବି ଦିଅନ୍ତି । ନୁପୁର ମୋ ପାଇଁ ପୁଅ ପରି । ସେ ମୋ ପରିବାରର ଅଂଶ ହୋଇ ସାରିଛନ୍ତି । ଆଉ ମୋ ଲାଡ଼ଲି ଝିଅର ବିବାହକୁ ନେଇ ମୁଁ ଖୁବ୍ ଇମୋସନାଲ । ଝିଅ ବିବାହ ଦିନ ମୁଁ ବହୁତ କାନ୍ଦିବା ଥୟ । କାରଣ ମୁଁ ନିଜ ହସ ଓ କାନ୍ଦ ଉପରେ କଣ୍ଟ୍ରୋଲ ରଖିପାରେନି ।

ଏହି ବର୍ଷ ଆରମ୍ଭରେ ଆୟରା ଓ ନୁପୁରଙ୍କ ଏନଗେଜମେଣ୍ଟ ହୋଇଥିଲା । ବର୍ଷେ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ । ଏଥିରେ ଉଭୟ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେବେ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami