ଜୟପ୍ରଦାଙ୍କୁ ଜାରି ହେଲା ଜାମିନ ବିହୀନ ୱାରେଣ୍ଟ୍‌

Above Post Content

ମୁମ୍ବାଇ : ବଲିଉଡର ଭେଟେରାନ୍ ଅଭିନେତ୍ରୀ ଜୟାପ୍ରଦାଙ୍କ ବଢ଼ିଲା ଅଡୁଆ । ବନ୍ଧା ହୋଇପାରନ୍ତି ଏହି ଜୟପ୍ରଦା । ତାଙ୍କ ବିରୋଧରେ ଜାରି ହୋଇଛି ଜାମିନ ବିହୀନ ୱାରେଣ୍ଟ । ଏକ ପୁରୁଣା ମାମଲାକୁ ନେଇ କୋର୍ଟ ଜୟାପ୍ରଦାଙ୍କ ବିରୋଧରେ ଏନବିଡବ୍ଲୁ ୱାରେଣ୍ଟ ଜାରି କରିଛନ୍ତି ।

କୋର୍ଟରେ ହାଜର ହେଲେନି ଜୟାପ୍ରଦା

After 2nd paragraph post ads
Middle post content

ବାସ୍ତବରେ, ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ସେ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା ରାମପୁରର ଏମପିଏମଏଲଏ କୋର୍ଟରେ ବିଚାରାଧୀନ ଅଛି । ତାରିଖ ଉପରେ ତାରିଖ ଗଡ଼ି ଚାଲିଥିଲେ ସୁଦ୍ଧା ଏହି ମାମଲାରେ ଜୟାପ୍ରଦା ଗତ କିଛି ଦିନ ଧରି କୋର୍ଟରେ ହାଜର ହୋଇ ନ ଥିଲେ । ଏହାକୁ ଦୃଷ୍ଟିରେ ରଖି ଜୟାପ୍ରଦାଙ୍କ ବିରୋଧରେ ଏବେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି । ଜାମିନବିହୀନ ୱାରେଣ୍ଟ୍ ଜାରି ହେବା ପରେ ଜୟାପ୍ରଦାଙ୍କୁ କୋର୍ଟ ନଭେମ୍ବର ୮ ତାରିଖରେ ହାଜର ହେବାକୁ କହିଥିଲେ । କିନ୍ତୁ ସେ କୋର୍ଟରେ ହାଜର ହୋଇ ନ ଥିଲେ ।

୧୭ରେ ପୁଣି ହଜାର ହେବାକୁ ନିର୍ଦ୍ଦେଶ

ଏହି କାରଣରୁ କୋର୍ଟ ଏବେ ତାଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ କହିବା ସହ ତାଙ୍କ ଗିରଫ ୱାରେଣ୍ଟକୁ ବଜାୟ ରଖିଛନ୍ତି । ଏହି ପୂର୍ବତନ ସାଂସଦଙ୍କୁ ୧୭ ତାରିଖରେ ରାମପୁର କୋର୍ଟରେ ହାଜର ହେବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥର ମଧ୍ୟ ସେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ ଏହି ମାମଲାକୁ ନେଇ ଜୟାପ୍ରଦାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଉଲ୍ଲେଖଯୋଗ୍ୟ, ଯେ, ୨୦୧୯ରେ ଲୋକସଭା ନିର୍ବାଚନୀ ପ୍ରଚାର ବେଳେ ଜୟାପ୍ରଦା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ଧାରା ୧୨୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami