ଲୋକାର୍ପିତ ହେଲା କଲମ୍ବୀୟ ପପ୍ ଗାୟିକାଙ୍କ ବିଶାଳ ପ୍ରତିମୂର୍ତ୍ତି

Above Post Content

କଲମ୍ବିଆ: ନିଜ ଜନ୍ମ ସହରରେ ନିଜର ପ୍ରତିମୂର୍ତ୍ତି । ତାହାପୁଣି ବିଶାଳକାୟ ପ୍ରତିମୂର୍ତ୍ତି । ଏପରି ପ୍ରତିମୂର୍ତ୍ତି ଶୋଭା ପାଇବା କିଛି କମ୍ କଥା ନୁହେଁ । ଏ ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ପ୍ରଖ୍ୟାତ କଲମ୍ବୀୟ ପପ୍ ଗାୟିକା ସାକିରାଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ତାଙ୍କ ଜନ୍ମ ସହର ବାରାଙ୍କ୍ୱିଲ୍ଲାରେ ସ୍ଥାପିତ ହୋଇଛି । ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସାଢ଼େ ୬ ମିଟର ଉଚ୍ଚର ବ୍ରୋଞ୍ଜରେ ନିର୍ମିତ ହୋଇଛି ସାକିରାଙ୍କର ଏହି ପ୍ରତିମୂର୍ତ୍ତି । ତାଙ୍କର ଲୋକପ୍ରିୟ ଗୀତ ‘ହିପ୍‌ସ ଡୋଣ୍ଟ୍ ଲାଏ’ର ଏକ ନୃତ୍ୟମୁଦ୍ରାକୁ ଦର୍ଶାଉଛି । ଉକ୍ତ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ତାଙ୍କ ପିତା ୱ୍ୱିଲିଅମ୍ ମେବାରକ ଓ ମାଆ ନିଦିଆ ରିପୋଲିଙ୍କ ସହିତ ବାରାଙ୍କ୍ୱିଲ୍ଲାର ମେୟର ମଧ୍ୟ ଉପସ୍ଥିତ ଥିଲେ । ପ୍ରତିମୂର୍ତ୍ତିଟିର ପାଦ ତଳେ ଏକ ଫଳକ ଲଗାଯାଇଛି, ଯେଉଁଥିରେ ସାକିରାଙ୍କୁ ଖୁବ୍ ପ୍ରଶଂସା କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ‘ମିଛ କହୁ ନ ଥିବା , ଏକ ଅନନ୍ୟ ପ୍ରତିଭା, ଜନମାନସକୁ ଗତିଶୀଳ କରୁଥିବା ସ୍ୱର’ ।

ସୋସିଆଲ ମିଡ଼ିଆରେ ନିଜେ ସେୟାର କଲେ ଫଟୋ

After 2nd paragraph post ads
Middle post content

ଏହା ମଧ୍ୟ ପ୍ରାରମ୍ଭିକ ଶିଶୁବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କ ଦ୍ୱାରା ସ୍ଥାପିତ ସାମାଜିକ ସଂଗଠନ ‘ପାଇସ୍ ଡେସ୍କାଲୋଜୋସ’(ଖାଲି ପାଦ)ର ଦାନକାର୍ଯ୍ୟକୁ ସୂଚୀତ କରୁଛି । ଏଥିରେ ଉତ୍ସାହିତ ହୋଇ ସାକିରା ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପିତାମାତା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖରେ ଛିଡ଼ା ହୋଇଥିବା ଦେଖାଯାଇଛି । ଏହି ଅବସରରେ ସେ ପ୍ରତିମୂର୍ତ୍ତି ଗଢ଼ିଥିବା ଭାସ୍କର୍ଯ୍ୟ ଶିଳ୍ପୀ ୟିନୋ ମାକ୍ୱେର୍ଜ୍ ଓ ତାଙ୍କ ଛାତ୍ରମାନଙ୍କୁ ସାଧୁବାଦ ଜଣାଇ ତାହା ଏକ ‘ବିଶାଳ କଳାତ୍ମକ ପ୍ରତିଭା’ ବୋଲି ଦର୍ଶାଇଛନ୍ତି ।

୨୦୦୩ ଥିଲା ସାକିରାଙ୍କ ପାଇଁ ସଫଳତାର ବର୍ଷ

ସାକିରାଙ୍କର ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ସେ ଏକାଧିକ ବାର ଚର୍ଚ୍ଚାରେ ରହିଥିଲେ । ସେଥି ମଧ୍ୟରୁ ପ୍ରମୁଖ ଖବରଟି ହେଉଛି ତାଙ୍କର ପୂର୍ବତନ ପୁରୁଷବନ୍ଧୁ ତଥା ପ୍ରାକ୍ତନ ଫୁଟବଲ ଖେଳାଳି ଜେରାର୍ଡ ପିକ୍ୟୁଙ୍କ ସମ୍ପର୍କିତ ସାକିରାଙ୍କର ଏକ ଗୀତର ଶୁଭମୁକ୍ତି ଯାହା ଲାଟିନ୍ ଆମେରିକା ୟୁଟ୍ୟୁବ୍‌ରେ ନୂତନ ରେକର୍ଡ ସୃଷ୍ଟି କରିଥିଲା । ସେହିପରି ଆୟକର ହେରଫେର ଅଭିଯୋଗ ପରେ ୭୫ ଲକ୍ଷ ୟୁରୋ ଦାଖଲ କରି ତାହାର ସମାଧାନ କରିବା ଘଟଣା ମଧ୍ୟ ସାକିରାଙ୍କୁ ଚର୍ଚ୍ଚାରେ ରଖିଥିଲା । ତେବେ ୨୦୦୩ ସାକିରାଙ୍କ ପାଇଁ ସଫଳତାର ବର୍ଷ ଥିଲା । ଯହିଁରେ ସେ ତିନିଟି ଲାଟିନ୍ ଗ୍ରାମି ପୁରସ୍କାର ହାସଲ କରିଥିଲେ, ଯେଉଁଥିରୁ ଗୋଟିଏ ତାଙ୍କ ସାଥୀ କଳାକାର କରୋଲ ଜି’ଙ୍କ ସହ ରହିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami