ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟ୍‌ର ମନ୍ଦିର ନିର୍ମାଣ କଲେ ଶିଳ୍ପୀ

Above Post Content

ନୂଆଦିଲ୍ଳୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଅଯୋଧ୍ୟାରେ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏବେ ଏହାର ଉଦଘାଟନୀ ଉତ୍ସବ ଉପରେ ସମସ୍ତଙ୍କ ନଜର । ଲୋକମାନେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏହା ସେମାନଙ୍କ କାର୍ଯ୍ୟକଳାପରୁ ହିଁ ସ୍ପଷ୍ଟ ବାରି ହୋଇପଡୁଛି । ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ଯୁବକ ପାର୍ଲେଜି ବିସ୍କୁଟ୍‌ରେ ୬ ଫୁଟର ସୁନ୍ଦର ରାମ ମନ୍ଦିର ନିର୍ମାଣ କରିଛନ୍ତି ।

ବ୍ୟବହାର କରିଛନ୍ତି ୨୦ କେଜି ବିସ୍କୁଟ୍‌

After 2nd paragraph post ads
Middle post content

ଛୋଟନ ଘୋଷ ନାମକ ଜଣେ ଯୁବକ ପଶ୍ଚିମବଙ୍ଗର ଦୁର୍ଗାପୁରରେ ରୁହନ୍ତି । ଛୋଟନ୍ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି ସେ ପାର୍ଲେଜି ବିସ୍କୁଟ୍‌ରେ ରାମଲାଲାଙ୍କ ମନ୍ଦିର ନିର୍ମାଣ କରିଛନ୍ତି । ସେ ୨୦ କିଲୋର ପାର୍ଲେଜି ବିସ୍କୁଟ୍ ବ୍ୟବହାର କରି ୬ ଫୁଟ୍ ଉଚତାର ଏକ ରାମ ମନ୍ଦର ନିର୍ମାଣ କରିଛନ୍ତି । ଛୋଟନ ତାଙ୍କ ସାଙ୍ଗମାନଙ୍କ ସହିତ ଥର୍ମୋକପଲ, ପ୍ଲାଇଉଡ୍‌, ଗ୍ଲୁ ଗନ୍ ଏବଂ ବିସ୍କୁଟ ବ୍ୟବହାର କରି ପ୍ରାୟ ପାଞ୍ଚ ଦିନ ମଧ୍ୟରେ ଏହି ଅନନ୍ୟ କଳାକୃତି ପ୍ରସ୍ତୁତ କରିଛନ୍ତି । ତାଙ୍କ ପ୍ରତିଭାର ଯାଦୁ ଦେଖାଉଥିବା ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଶ୍ଚର୍ଯ୍ୟଜନକ ପ୍ରତିକୃତି ସୃଷ୍ଟି କରିବାରେ ଛୋଟନ୍‌ଙ୍କ ଏହା ପ୍ରଥମ ପ୍ରୟାସ ନୁହେଁ । ଏହାପୂର୍ବରୁ ସେ ଚନ୍ଦ୍ରଯାନ-୩ର ମଧ୍ୟ ଏକ ପ୍ରତିକୃତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami