ସମୁଦ୍ରରୁ ବାହାରିବ ୩୧୬ ବର୍ଷ ତଳର ଜାହାଜ

Above Post Content

ବୋଗୋଟା : ସମୁଦ୍ରରୁ ବାହାରି ୩୧୬ ବର୍ଷ ତଳର ଜାହାଜ । ଏହା ସମୁଦ୍ରରେ ବୁଡ଼ି ରହିଛି । ଆଟଲାଣ୍ଟିକ ମହାସାଗରରେ ୩୧୬ ବର୍ଷ ତଳେ ବୁଡ଼ି ଯାଇଥିବା ଏହି ଜାହାଜର ଅବଶେଷକୁ ବାହାର କରିବା ଲାଗି କଲମ୍ବିଆ ସରକାର ପ୍ରସ୍ତୁତି କରୁଛନ୍ତି । ଶୁକ୍ରବାର ଏହାର ଘୋଷଣା କରାଯାଇଛି । ଏହା ଏକ ସ୍ପେନ୍ ଜାହାଜ । ଏହାର ନାମ ‘ସାନ ଜୋସେ’ । ଏହି ଜାହାଜରେ ୧.୬୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିବା କୁହାଯାଉଛି ।

ଜାହାଜରେ ରହିଛି ୧.୬୬ ଲକ୍ଷ କୋଟିର ସମ୍ପତ୍ତି

After 2nd paragraph post ads
Middle post content

ଏହି ଜାହାଜ ୨ ହଜାର ଫୁଟ ତଳେ ରହିଛି । ଏହାର ଅବଶେଷ ଉପରକୁ ଆଣିବା ପୂର୍ବରୁ ତଳେ ଅନୁସନ୍ଧାନ କରାଯିବ । ଏଥିପାଇଁ କଲମ୍ବିଆ ନୌସେନା ରୋବୋଟକୁ ସମୁଦ୍ରକୁ ପଠାଇବ । ଏହି ରୋବୋଟରେ କ୍ୟାମେରା ଲାଗିବ । ଏହାକୁ ଉପଗ୍ରହ ସହ ମଧ୍ୟ ସଂଯୋଗ କରାଯିବ । ରୋବୋଟ ଜାହାଜର ସୂଚନା ସଂଗ୍ରହ କରି କିଛି ନମୁନା ଧରି ଆସିବ । ପରେ ଅବଶେଷରେ ହୋଇଥିବା ପରିବର୍ତ୍ତନର ଅନୁଧ୍ୟାନ କରି ଜାହାଜର କେଉଁ ଭାଗକୁ ବାହାର କରାଯିବ ତାହାର ନିଷ୍ପତ୍ତି ନିଆଯିବ ।ଏହି ଅଭିଯାନରେ କଲମ୍ବିଆ ସରକାର ୩୭ କୋଟି ଟଙ୍କା ଖର୍ଚ୍ଚ କରିବେ । ଚଳିତ ବର୍ଷ ମଧ୍ୟଭାଗରେ ଏହି ଅଭିଯାନ ଆରମ୍ଭ ହେବ । ଏହି ଜାହାଜରେ ୧.୬୬ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାଯାଇଛି ।

ବ୍ରିଟିଶ ନୌସେନାର ଆକ୍ରମଣରେ ବୁଡ଼ି ଯାଇଥିଲା ଏହି ଜାହାଜ

କେଉଁ ଭାଗରେ ରୋବୋଟକୁ ଅବତରଣ କରାଯିବ ତାହାକୁ ଏବେ ଗୋପନୀୟ ରଖାଯାଇଛି । ଏହି ଜାହାଜ ୧୭୦୮ରେ ରାଜା ଫିଲିପ ପଞ୍ଚମଙ୍କ ଦଳରେ ସାମିଲ ଥିଲା । ସ୍ପେନ ବିଜୟ ପାଇଁ ହୋଇଥିବା ଯୁଦ୍ଧରେ ବ୍ରିଟିଶ ନୌସେନାର ଆକ୍ରମଣରେ ଏହି ଜାହାଜ ବୁଡ଼ି ଯାଇଥିଲା । ସେ ସମୟରେ ଜାହାଜରେ ୬୦୦ ଲୋକ ଥିଲେ । ଏମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା । ୨୦୧୫ରେ କଲମ୍ବିଆ ନୌସେନା ଏହି ଜାହାଜର ଅବଶେଷ ସନ୍ଧାନ କରିଥିଲା । ସେତେବେଳେ ଏହି ସନ୍ଧାନକୁ ମାନବ ଇତିହାସରେ ମିଳିଥିବା ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି କୁହାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami