ଦଶହରାରେ ପରଦାକୁ ଆସିଲେ ସବୁ ସୁପରଷ୍ଟାର

Above Post Content

ଭୁବନେଶ୍ୱର : ପୂଜା ବଜାରକୁ ସରଗରମ କରିବା ପାଇଁ ପରଦାକୁ ଆସିଛି ୩ଟି ନୂଆ ଓଡ଼ିଆ ଫିଲ୍ମ । ସେଗୁଡ଼ିକ ହେଲା ରାମ, ମାଲ୍ୟାଗିରୀ ଓ କଟକ ଶେଷରୁ ଆରମ୍ଭ । ପୂଜାରେ ଅରିନ୍ଦମ, ବାବୁସାନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ପୂଜାରେ କିଏ ବାଜି ମାରିବ ତାକୁ ନେଇ ନିର୍ମାତାମାନେ ଆଶଙ୍କାରେ । ଫିଲ୍ମର ସଫଳତାକୁ ନେଇ ଆଶାବାଦୀ ୩ ଫିଲ୍ମର ପୂରା ଟିମ୍ ।

Middle post content

ପୂଜା ବଜାରକୁ ସରଗରମ କଲା ୩ ଓଡ଼ିଆ ଫିଲ୍ମ

After 2nd paragraph post ads

ଦଶହରା ବଜାରକୁ ସରଗରମ କରିଛି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ ଶେଷରୁ ଆରମ୍ଭ । ଅରିନ୍ଦମ, ବାବୁସାନ, ସିଦ୍ଧାନ୍ତ, ଅନୁଭବ ଓ ଅମ୍ଲାନଙ୍କ ଦମଦାର ଆକ୍ସନ ଦେଖିବାକୁ ପାଇବେ ସିନେ ପ୍ରେମି । ରାମ ଫିଲ୍ମରେ ବଲିଉଡର ଖଳନାୟକ ରାହୁଲ୍ ଦେବ ନଜର ଆସିଛନ୍ତି । ମାଲ୍ୟଗିରିରେ ବାବୁସାନ ଏବଂ ଅମ୍ଲାନଙ୍କ ଦମଦାର ଫାଇଟ ସାଙ୍ଗକୁ ଓଲିଉଡ଼ର ଚୁଲବୁଲି ନାୟିକା ଶିବାନୀ ଓ ସୂର‌୍ୟମୟୀଙ୍କୁ ଦେଖିବାକୁ ମିଳିଛି । ଏକ ଆଇଟମ ଗୀତରେ ଏଲିନା ଦମଦାର ଡ୍ୟାନ୍ସ କରିଛନ୍ତି । ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ପୃଥିବୀରାଜ୍ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ସେହିପରି ଓଡ଼ିଆ ଇଣ୍ଡଷ୍ଟ୍ରିର ଆକ୍ସନ ଷ୍ଟାର ଅରିନ୍ଦମ୍ ନିଜ ହୋମ୍ ପ୍ରଡକ୍ସନରେ ନିର୍ମାଣ କରିଛନ୍ତିି ଫିଲ୍ମ ରାମ୍ । ଏଥିରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିଛି । ବଙ୍ଗୀୟ ଅଭିନେତ୍ରୀ ରୂପସା ମୁଖ୍ୟ ନୀୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡ୍ ର ଖଳନାୟକ ରାହୁଲ୍ ଦେବଙ୍କୁ ଦେଖିବାକୁ ମିଳିଛି । ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି । ଦୁଇଟି ଆକ୍ସନ ଫିଲ୍ମ ସହ ଦଶହରାରେ ମୁକ୍ତିଲାଭ କରିଛି ଆଉ ଏକ ଫିଲ୍ମ କଟକ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ଏଥିରେ ସିଦ୍ଧାନ୍ତ ମହାପାତ୍ର ଲିଡ୍ ରୋଲରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁ ଚୌଧୁରୀ, ଦେବାଶିଷ ପାତ୍ର, ପୁନମ୍ ମିଶ୍ର ଭଳି କଳାକାରମାନେ ଅଭିନୟ କରିଛନ୍ତି । ଫିଲ୍ମଟି ସମ୍ପୂର୍ଣ୍ଣ କ୍ରାଇମ ସିଣ୍ଡିକେଟ ସହ ଗ୍ୟାଙ୍ଗୱାର ଉପରେ ପର୍ଯ୍ୟବେସିତ । ଦଶହରା ବଜାରରେ ଏହି ୩ଟି ନୂଆ ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ପୂରା ଟିମ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami