କେବିସିରେ ଆୟକର ଅଧିକାରୀଙ୍କୁ ଦେଖି ଭୟଭୀତ ହୋଇପଡ଼ିଲେ ବିଗ୍‌ବି

Above Post Content

ମୁମ୍ବାଇ: ଛୋଟ ପରଦାରେ ପ୍ରସାରିତ ‘କୌନ ବନେଗା କରୋଡପତି’ ବା କେବିସିରେ ୨ ଜଣ ଟ୍ୟାକ୍ସ ଅଫିସରଙ୍କୁ ଦେଖି ଡ଼ରିଗଲେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଭୟଭୀତ ହୋଇ ନିଜ ସିଟ୍‌ରୁ ବି ଉଠିପଡ଼ିଲେ ବିଗ୍‌ବି । ଖାଲି ସେତିକି ନୁହେଁ, ଦୁଇଥର ନମସ୍କାର ବି କରିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଟ୍ୟାକ୍ସ ଅଫିସରଙ୍କୁ ଦେଖି ଦୁଇ ନମସ୍କାର କଲେ ବିଗ୍‌ବି

After 2nd paragraph post ads
Middle post content

ଛୋଟପରଦାର ସବୁଠୁ ଲୋକପ୍ରିୟ କୁଇଜ୍ ଶୋ ‘କୌନ ବନେଗା କରୋଡପତି’ । ଏହି ଶୋରେ ସମଗ୍ର ଦେଶର କୋଣଅନୁକୋଣରୁ ପ୍ରତିଯୋଗୀ ଭାଗ ନେଇଥାଆନ୍ତି । ଏହି ଶୋ ଘରେ ଘରେ ବେଶ୍ ପରିଚିତ । ଏଥିରେ ଉପସ୍ଥାପକ ରହିଛନ୍ତି ବଳିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନ । ଯେଉଁ କାରଣରୁ ଶୋର ଲୋକପ୍ରିୟତା ବଢିଥାଏ । ଖାସ୍ କରି ଅମିତାଭଙ୍କ ପ୍ରଶ୍ନ ପଚାରିବାର ଶୈଳୀକୁ ଲୋକେ ପସନ୍ଦ କରନ୍ତି । ଏହି ସୋ’ରେ ଭାଗ ନେଉଥିବା ପ୍ରତିଯୋଗୀମାନେ ପ୍ରଶ୍ନର ଉତ୍ତର ଦେଇ ଅର୍ଥରାଶି ଜିତିଥାଆନ୍ତି । ଏଥର ଶୋ’ରେ ଦୁଇଜଣ ଆୟକର ଅଧିକାରୀ ଆସି ପହଞ୍ଚିଥିଲେ । ଆଉ ତାଙ୍କ ସହ ଆସିଥିଲେ ଜଣେ ଆଡ଼ଭୋକେଟ୍ । ଯାହାଙ୍କୁ ଦେଖି ଅମିତାଭ ବଚ୍ଚନ ଭୟଭୀତ ହୋଇଯାଇଥିଲେ । ନିଜ୍ ସିଟ୍‌ରୁ ଉଠି ପଡ଼ି ନମସ୍କାର କରିଥିଲେ ।

ପ୍ରତିଯୋଗୀ ସାଜିଥିଲେ ଦୁଇ ଟ୍ୟାକ୍ସ ଅଫିସର

ବାସ୍ତବରେ ଏହି ଶୋରେ ପ୍ରତିଯୋଗୀ ସାଜିଥିଲେ ଦୁଇ ଆୟକର ଅଧିକାରୀ । ସେମାନେ ହେଲେ ଆୟକର ବିଭାଗର ଡେପୁଟି କମିସନର ବିକାଶ ଜାଖର ଓ ଆୟକର ବିଭାଗରେ ଆଇଟି କମିଶନର ଗରିମା । ହଟ୍‌ସିଟ୍‌ରେ ଏହି ଦୁଇ ଅଧିକାରୀଙ୍କୁ ଦେଖି ଅମିତାଭ ଡ଼ରି ଯାଇଥିଲେ । ଆଉ ନିଜ ଆସନରୁ ଛିଡ଼ା ହୋଇ ଜାଖର ପରିବାରକୁ ଦୁଇଥର ହାତଯୋଡ଼ିଥିଲେ । ଏହାକୁ ନେଇ ଅମିତାଭ କହିଥିଲେ,‘ ସମ୍ପୂର୍ଣ୍ଣ ଆୟକର ବିଭାଗ ଏଠାରେ ଅଛନ୍ତି । ଯଦି ବି କେହି ନିୟମ ଭଙ୍ଗ କରନ୍ତି ତେବେ ତାଙ୍କ ପାଖରେ ଓକିଲ ବି ଅଛନ୍ତି । ମୋତେ ଆୟକର ବିଭାଗକୁ ବହୁତ ଭୟ ଲାଗିଥାଏ । ତେଣୁ ପ୍ରତିଯୋଗୀଙ୍କୁ ଅନୁରୋଧ ସେମାନେ ମୋତେ ଭୟଭୀତ କରିବେ ନାହିଁ ।’

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami