ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି

Above Post Content

ଜନକପୁର: ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି । ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର । ଏହାକୁ ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା । ଏଥିରେ ଧାନ, ମାଣ୍ଡିଆ, ମୁଗ, କୋଳଥ ଭଳି ୧ କ୍ୱିଣ୍ଟାଲରୁ ଅଧିକ ଖାଦ୍ୟ ଶସ୍ୟର ବ୍ୟବହାର ହୋଇଛି । ଏହି ଚିତ୍ରର ଲମ୍ବ ୧୨୦ ଫୁଟ୍ ହୋଇଥିବା ବେଳେ ଚଉଡା ରହିଛି ୯୧.୫ ଫୁଟ୍ । ଚିତ୍ର ଆଙ୍କିବା ପାଇଁ ୧୦ ଜଣ କଳାକାର ଏକାଠି ହୋଇଥିଲେ । ଯେଉଁଥିରେ ନେପାଳର ଦୁଇଜଣ ଏବଂ ଭାରତର ଆଠ ଜଣ କଳାକାର ରହିଛନ୍ତି । ତେବେ ଏହି ଚିତ୍ର ତିଆରିରେ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇ ନାହିଁ ।

Middle post content

ବିଶାଳ ପ୍ରତିମୂର୍ତ୍ତି କରିବାକୁ ଲାଗିଥିଲା ସପ୍ତାହେ

After 2nd paragraph post ads

କଳାକାର ସତୀଶ ଗୁଜର କହିଛନ୍ତି, ସେମାନେ ପ୍ରଭୁ ରାମ, ଦେବୀ ସୀତା, ବିଶ୍ୱମିତ୍ର ଏବଂ ରାଜା ଜନକଙ୍କ ଚିତ୍ର ବନାଇଛନ୍ତି । ୧୦ କଳାକାରମାନେ ଏକାଠି ହୋଇ ଏହି ଚିତ୍ର ନିର୍ମାଣ କରିଛନ୍ତି । ଗତବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ପ୍ରତିକୃତି ତିଆରି କରିବା ପାଇଁ ଶସ୍ୟ ବ୍ୟବହାର କରିଥିଲେ ଗୁଜର । ଏହି ଚିତ୍ରଟି ୧୦,୮୦୦ ବର୍ଗଫୁଟର ଏକ କ୍ଷେତ୍ରକୁ ଆବଦ୍ଧ କରିଥିଲା । ନେପାଳରେ ତିଆରି ହୋଇଥିବା ଏହି ବିଶାଳ ଚିତ୍ରକୁ କରିବା ଲାଗି ପାଖାପାଖି ୧ ସପ୍ତାହ ସମୟ ଲାଗିଥିଲା । ପରବର୍ତ୍ତୀ ସମୟରେ ଏହାକୁ ଦେଖିବା ପାଇଁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami